ଭୁବନେଶ୍ୱର, ଗଛ ଉପରୁ ବାଘର ମୃତଦେହ ମିଳିବା ଘଟଣାରେ ପ୍ରାଥମିକ ତଦନ୍ତ ଆଧାରରେ ବାର୍ହା ଫାଶରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂହ ଖୁଂଟିଆ ।
ମନ୍ତ୍ରୀ କହିଛନ୍ତି ଯେ, ଡିଏଫ୍ଓଙ୍କ ସୂଚନା ଅନୁଯାୟୀ ବାର୍ହା ଶିକାର ପାଇଁ ଲଗାଯାଇଥିବା ଫାଶରେ ପଡ଼ି ବାଘର ଜୀବନ ଯାଇଛି। ଫାଶରେ ଫସିବା ପରେ ବାଘ ଗଛ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିବା ମଧ୍ୟ ଜଣାପଡ଼ିଛି।
ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ସମଗ୍ର ଘଟଣା ଉପରେ ବନ ବିଭାଗ ନଜର ରଖିଛି।
ମନ୍ତ୍ରୀ କହିଛନ୍ତି ଯେ, ତଦନ୍ତରେ ଯେଉଁମାନେ ଦୋଷୀ ପ୍ରମାଣିତ ହେବେ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
