ଭୁବନେଶ୍ୱର – କଟକସ୍ଥିତ ଏସସିବି ମେଡିକାଲ କଲେଜ ଅଡିଟୋରିୟମ୍ ଠାରେ ଦି ମେଡିଭିଜନ୍ ଷ୍ଟେଟ୍ କନଭେନସନ୍ ଓଡ଼ିଶା ୨୦୨୬’ କାର୍ଯ୍ୟକ୍ରମ ଆୟୋଜିତ େହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ଡାକ୍ତର ଓ ମେଡିକାଲ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ।
ଏହାସହ ଏକ ସୁସ୍ଥ ଓ ସମର୍ଥ ରାଷ୍ଟ୍ର ଗଠନରେ ଯୁବ ଡାକ୍ତରଙ୍କ ଭୂମିକା, ଆଧୁନିକ ଚିକିତ୍ସା ବିଜ୍ଞାନ, ଗବେଷଣା ଏବଂ ମାନବସେବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ସମସ୍ତଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରତି ସମର୍ପିତ ରହିବାକୁ ଆହ୍ୱାନ ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଯୁବଶକ୍ତିଙ୍କ ଜ୍ଞାନ, ଦକ୍ଷତା ଓ ସେବା ମନୋଭାବ ହିଁ ଏକ ସୁସ୍ଥ ଓ ବିକଶିତ ଭାରତ ଏବଂ ‘ବିକଶିତ ଓଡ଼ିଶା ଆଟ୍୨୦୩୬’ ଗଠନର ମୂଳ ଆଧାର ବୋଲି ସେ କହିଥିଲେ।
ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିବିଶେଷ, ଅଧ୍ୟାପକ ଏବଂ ଆୟୋଜକମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସ୍ମରଣିକା ଓ ପ୍ରକାଶନ ଉନ୍ମୋଚନ କରାଯାଇଥିଲା।
