ଭୁବନେଶ୍ୱର, ଓଡ଼ିଶାରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ପେଶା ଆଇନ । ଏନେଇ ଆସନ୍ତା କ୍ୟାବିନେଟ ବୈଠକରେ ପ୍ରସ୍ତାବ ଆଗତ କରାଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ପେଶା ଆଇନ କାର୍ଯ୍ୟକାରୀ କରିବା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଇନଟିକୁ ସଠିକ୍ ଭାବେ ଲାଗୁ କରିବା ପାଇଁ ସମସ୍ତ ଷ୍ଟେକ୍ହୋଲ୍ଡରଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଛି।
ସେ କହିଛନ୍ତି ଯେ, ପେଶା ଆଇନ ଲାଗୁ ହେବା ପରେ ଏହା ଯେପରି ସମସ୍ତଙ୍କ ପାଇଁ ସୁବିଧାଜନକ ଓ ପ୍ରଭାବଶାଳୀ ହୋଇପାରିବ, ସେଥିପାଇଁ ବିଭିନ୍ନ ପକ୍ଷଙ୍କ ମତାମତ ନିଆଯାଇଛି। ଆଇନରେ କୌଣସି ତ୍ରୁଟି ଯେପରି ନ ରହିବ, ସେଥିପାଇଁ ବିଭାଗ ପକ୍ଷରୁ ଯାଞ୍ଚ ଓ ସମୀକ୍ଷା ପରେ ଚୂଡ଼ାନ୍ତ ପ୍ରସ୍ତୁତି କରାଯାଇଛି।
