ଜୟପୁର, ଓଡ଼ିଶା ଅମଲା ସଂଘ ର ସାମ୍ବାଦିକ ସମ୍ମିଳନୀ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି , ଶ୍ରୀ ଶଶୀଭୂଷଣ ଦାଶ୍ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ଙ୍କ ଦ୍ବାରା ଆୟୋଜିତ ସମ୍ମିଳନୀରେ ଓଡ଼ିଶା ଅମଲା ସଂଘ ର କିଛି ପୁର୍ବତନ ନେତୃବୃନ୍ଦ ନିର୍ବାଚନ ନାମରେ ଚୟନ କରି ଜାଲିଆତି କରିଥିବା ଯୋଗୁଁ ପୁରୀ ତ୍ରୟବାର୍ଷିକି ସମ୍ମିଳନି ରେ ଯୋରଦାର ଆନ୍ଦୋଳନ ହେବା ସହିତ ନିର୍ବାଚନ କରିବାକୁ ଦାବି କରି ଆସିଥିଲେ l ଜୋରଦାର ଆନ୍ଦୋଳନ ସତ୍ତ୍ବେ ଲୁକ୍କାୟିତ ଭାବେ ଜାଲିଆତି କର୍ମକର୍ତ୍ତା ତାଲିକା ଗୃହ ବିଭାଗ ସଚିବ ଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା, l
ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ଉକ୍ତ ଜାଲିଆତି ତାଲିକା ଓ ଭୁଲ୍ ତଥ୍ୟ କୁ ନେଇ ଗୃହ ବିଭାଗ ସଚିବ ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଙ୍କୁ କୈଫତ୍ ତଲବ କରିବା ସହିତ ୭ ଦିନ ମଧ୍ୟରେ ସମସ୍ତ ତଥ୍ୟ ପ୍ରଦାନ କରିବା ସହିତ ରାଜସ୍ବ ଅମଲା କେମିତି ଓଡ଼ିଶା ସଂଘ ର ତ୍ରୟୋବାର୍ଷିକି ସମ୍ମିଳନି ରେ ଯୋଗଦାନ କରିଥିଲେ ବୋଲି ପ୍ରଶ୍ନ କରିଥିବା ଶ୍ରୀ ଦାଶ୍ ସାମ୍ବାଦିକ ସମ୍ମିଳନୀ ରେ ସ୍ପଷ୍ଠ କରିଥିଲେ l
ଅପର ପକ୍ଷରେ ଓଡ଼ିଶା ରାଜସ୍ବ ଅମଲା ସଂଘ ସାଧାରଣ ସମ୍ପାଦକ ଗୃହ ବିଭାଗ ସଚିବ ଓ ରାଜସ୍ବ ବିଭାଗ ସଚିବ ଙ୍କୁ ଏକ ପତ୍ର ଲେଖିଥିଲେ ଯେ ଓଡ଼ିଶା ରାଜସ୍ବ ଅମଲା ସଂଘ ର ଏକ ସ୍ବତନ୍ତ୍ର ସଂଘ ଅଛି ସମସ୍ତ ରାଜସ୍ୱ ଅମଲା ଉକ୍ତ ସଂଘ ର ସଦସ୍ୟ ତେଣୁ ରାଜସ୍ବ ଅମଲା ଙ୍କ କ୍ଷେତ୍ରରେ ସ୍ବତନ୍ତ୍ର ଛୁଟି ମଞ୍ଜୁର ନ କରିବା ପାଇଁ ଅନୁରୋଧ କରିଥିଲେ l ଏ ନେଇ ଗୃହ ବିଭାଗ ସଚିବ ରାଜସ୍ବ ବିଭାଗ କୁ ଏକ ପତ୍ର ଲେଖି ୟାରି ଉପରେ ତିକ୍ଷ୍ଣ ନଜର ରଖିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ l ତଥାପି ଉକ୍ତ ଆଦେଶ କୁ ବେଖାତିରି କରି ତ୍ରୟବାର୍ଷିକି ସମ୍ମିଳନି ରେ ଯୋଗଦାନ କରିଥିବା ଗୃହ ବିଭାଗ ସଚିବ ତାଙ୍କ କୈଫତ୍ ରେ ଦର୍ଶାଇ ଥିବା ଶ୍ରୀ ଦାଶ୍ କହିଛନ୍ତି l
ତେଣୁ ରାଜସ୍ବ ବିଭାଗ ଅମଲା ମାନେ ଯେଉଁ ମାନେ ତ୍ରୟବାର୍ଷିକି ସମ୍ମିଳନି ରେ ଯୋଗଦାନ କରିଥିଲେ ତାଙ୍କରି ୨ ଦିନ ର ବେତନ କାଟି ବା ନିମନ୍ତେ ସରକାର ଙ୍କୁ ଅନୁରୋଧ କରିଥିଲେ l
ପରି ଶେଷରେ ଶ୍ରୀ ଦାଶ୍ କହିଛନ୍ତି ଯେ କୋରାପୁଟ ଜିଲ୍ଲା ରୁ ଜଣେ ମାତ୍ର ବିବାଦୀୟ ରାଜସ୍ବ ଅମଲା ତ୍ରୟବାର୍ଷିକି ସମ୍ମିଳନି ରେ ଯୋଗଦାନ କରିଥିଲେ ବର୍ତମାନ ସେ ଚାକିରୀ ରୁ ଅବସର ଗ୍ରହଣ କରିସାରିଛନ୍ତି ଏପରି ବହୁତ ଅମଲା ଓ ରାଜସ୍ବ ଅମଲା ଯେଉଁ ମାନେ ଅବସର ଗ୍ରହଣ କରିସାରିଛନ୍ତି ଓ ଯେଉଁ ମାନେ ତ୍ରୟବାର୍ଷିକି ସମ୍ମିଳନି ରେ ଯୋଗଦାନ କରି ନାହାଁନ୍ତି ସେମାନଙ୍କ ନାମ ମଧ୍ୟ ଜାଲିଆତି ତାଲିକାରେ ରହିଥିବା ଶ୍ରୀ ଦାଶ୍ ପ୍ରକାଶ କରିଥିଲେ l
