
ଜଗନ୍ନାଥ ପ୍ରସାଦ-ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଳକ ଛାମୁଣ୍ଡା ଗ୍ରାମରେ ପ୍ରଶାସନ ପକ୍ଷରୁ ଆଜି ଗୋଟିଏ ବାଲ୍ୟବିବାହ କରାଯାଉଥିବା ଖବର ପାଇ ସିଡିପିଓ ମଣୀମାଳା ନାୟକ, ତହସିଲଦାର ବାସୁଦେବ ପାଣ୍ଡେ, ବ୍ଳକ ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡା,ଓ ପୁଲିସ ପହଞ୍ଚି ବିବାହ କୁ ରୋକିବାରେ ସମର୍ଥ ହୋଇଛନ୍ତି। ଏହି ଗ୍ରାମର ହରିଜନ ସାହିର ସନ୍ତୋଷ ନାଇକଙ୍କ ପୁଅ ଚଗଲା ନାଇକ ସହିତ ଭଞ୍ଜନଗର ଗାମୁଣ୍ଡି ନିକଟସ୍ଥ ଶାଳୁଆପଲ୍ଲୀ ଗ୍ରାମର ଜଣେ ୧୬ ବର୍ଷୀୟ କନ୍ୟା ସହିତ ବିବାହ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ବୋହୁମଧ୍ୟ ଘରକୁ ଆସିଯାଇଥିଲା। କିଛି ସମୟ ମଧ୍ୟରେ ବେଦିରେ ବସି ବିବାହ କାର୍ଯ୍ୟ ହେବାକୁ ଥିବା ବେଳେ ଖବର ପାଇ ଜଗନ୍ନାଥପ୍ରସାଦ ସିଡିପିଓ ନିଜ କର୍ମଚାରୀଙ୍କ ସହିତ ମିଶି ବାରଣ କରିବା ପାଇଁ ଚେଷ୍ଟା କରିଥିଲେ । ତେବେ ପରିବାର ଲୋକ ମାନିନଥିବା ବେଳେ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ପୁଲିସ ପହଞ୍ଚିବା ପରେ ବିବାହ ବନ୍ଦ ହୋଇଥିଲା । ବୋହୁ ପୁଣି କନ୍ୟା ସାଜି ନିଜ ଗାଁ କୁ ବାଇକ ଯୋଗେ ଫେରିଯାଇଛି । ବୟସ ହେଲେ ପୁଣି ଏହି ବରକନ୍ୟା ବିବାହ କରିବା ପାଇଁ ଦୁଇ ପରିବାର ଙ୍କ ପକ୍ଷରୁ ଲିଖିତ ଷ୍ଟେଟମେଣ୍ଟ ରେ ସମ୍ମତି କ୍ରମେ ସ୍ୱ।କ୍ଷର କରିଛନ୍ତି
ଜଗନ୍ନାଥ ପ୍ରସାଦ ରୁ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO