![](https://indokalingtimes.com/wp-content/uploads/2019/09/WhatsApp-Image-2019-09-28-at-08.03.53.jpeg)
ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ତହଁର ଗ୍ରାମରେ ଗତ ୧୧ ତାରିଖ ଭୋର ସମୟରେ ପୂର୍ବତନ ସରଂପଚ ପଦ୍ମ ଚରଣ ପାଢ଼ୀ ଘରର ବାରିପଟ ପାଇଖାନା ଯିବା ବେଳେ ପୂର୍ବ ପ୍ରସ୍ତୁତି ହୋଇ ଥିବା ଦୁବୃର୍ତ୍ତ ମାନେ ପୂର୍ବତନ ସରପଞ୍ଚ ଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ।
ଦୁବୃର୍ତ୍ତଙ୍କ ଆକ୍ରମଣରେ ପୂର୍ବତନ ସରପଞ୍ଚ ଗୁରୁତର ଆହତ ହୋଇ ତଳେ ପଡ଼ି ଯାଇ ମରିଗଲି ମରିଗଲି ବୋଲି ଚିତ୍କାର କରିବାରୁ ଚିତ୍କାର ଶୁଣି ତାଙ୍କ ସାନଭାଇ ଘଟଣା ସ୍ଥଳକୁ ଆସିବା ବେଳକୁ ଦୁୃବୃର୍ତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲେ । ଘଟଣା ସ୍ଥଳରୁ ରକ୍ତ ଜୁୂଡ଼ୁବୁଡ଼ୁ ଅବସ୍ଥାରେ ବଡ଼ଭାଇଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଘଟଣା ନେଇ ପୂର୍ବତନ ସରଂପଚ ପାଢିଙ୍କ ପୁତୁରା ଅରୁଣ କୁମାର ପାଢ଼ୀ ହିଂଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତିକରି ୨୩୬/୧୯ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରି । ଏହି ଘଟଣାରେ ସଂପୃକ୍ତ ୨ ଦୁବୃର୍ତ୍ତ ଓଡ଼ଗାଁ ଥାନା ରଙ୍ଗଣିପାଟଣା ଗ୍ରାମର ଜିତେନ୍ଦ୍ର ପ୍ରଧାନ (୨୦), ଆସିକା ଥାନା ସୁନାରୀ ସାହିର ସମୀର ସାହୁ (୨୦)କୁ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ଵ ରେ ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀର ସାଲିଆ ସାହିରୁ ଗିରଫ କରିଛି । ଗିରଫଦୁଇ ଜଣ ପେଶାଦାର ଅପରାଧୀ ହୋଇଥିବା ବେଳେ ଏମାନଙ୍କ ଅନ୍ୟ ଥାନା ରେ ମଧ୍ୟ ବିଭିନ୍ନ ମାମଲା ରହିଛି ଏହି ଘଟଣା ରେ ମାଷ୍ଟର ମାଇଣ୍ଡ ଅନ୍ୟ କିଛି ବ୍ୟକ୍ତି ବର୍ତ୍ତମାନ ପୁଲିସ ସ୍କେନର ରହିଥିବା ବେଳେ ତଦନ୍ତ ରେ ବାଧା ଉପୁଜିବା ଆଶଙ୍କା କରି ନାମ କୁ ପୋଲିସ ଗୋପନ ରଖିଛି ୨ଜଣଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।