ଭୁବନେଶ୍ୱର– ଶହୀଦ୍ ଜୟୀ ରାଜଗୁରୁଙ୍କ ଜୟନ୍ତୀରେତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସ୍ଵାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ଶହୀଦ୍ ଜୟୀ ରାଜଗୁରୁଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଜୟୀ ରାଜଗୁରୁଙ୍କ ଅଦମ୍ୟ ସାହସ, ଦେଶପ୍ରେମ ଏବଂ ଅପାର ବଳିଦାନ ଆମ ସମସ୍ତଙ୍କ ପାଇଁ ସବୁବେଳେ ପ୍ରେରଣାର ସ୍ରୋତ ହୋଇ ରହିବ।
