
ସାନଖେମୁଣ୍ଡି: ପାଟପୁର ଥାନା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ସତପେଣ୍ଠ ଗୋପାଳପୁର ପଞ୍ଚାୟତ ଗୁଡ଼ିଆ ପାଟଣା ଗ୍ରାମର ଏକ ଅଭାବନୀୟ ଘଟଣା କ୍ରମରେ ବଜ୍ରାଘାତ ଜନିତ କାରଣରୁ ଜନୈକ ଚାଷୀଙ୍କ ମୃତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗୁଡ଼ିଆପାଟଣା ଗ୍ରାମର କୃଷ୍ଣ ଗୌଡ଼ ବୟସ-୪୮, ପିତା- ସିଧୁଆ ଗୌଡ଼ ନିଜ ଜମିରେ ହଳ କରୁଥିବା ସମୟରେ ଅଚାନକ ବଜ୍ରପାତ ହେବାରୁ ପ୍ରବଳ ଆଘାତ ପାଇଥିଲେ। ରାସ୍ତାରେ ଯାଉଥିବା ଜଣେ ଲୋକ ଉଦ୍ଧାର କରି ଅତ୍ମୀୟଙ୍କ ସହ ଶେରଗଡ ଗୋଷ୍ଟି ସ୍ୟାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ଚିକିତ୍ସା କରୁଥିବା ଡାକ୍ତର କୃଷ୍ଣ ଗୌଡ଼ଙ୍କୁ ମୃତ ଘୋଷଣା କରିଥିଲେ। ଖବର ଲେଖା ସୁଦ୍ଧା ପାଟପୁର ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହେବାର ସୂଚନା ମିଳିନାହିଁ। ଗରିବ ଚାଷୀ ଶ୍ରେଣୀର ହୋଇଥିବାରୁ ପରିବାରକୁ ସରକାରୀ ସାହାର୍ଯ୍ୟ ପାଇଁ ସାଧାରଣରେ ଦାବି ହେବା ସହ ସରପଞ୍ଚ ଶ୍ରୀ ନିରାକାର ପ୍ରଧାନ ଉପଯୁକ୍ତ ସରକାରୀ ଅନୁକକ୍ଷା ପାଇଁ ଯଥା ଉଦ୍ୟମ କରିବାର ଭରସା ପ୍ରଦାନ କରିଛନ୍ତି। ରିପୋର୍ଟ: ପ୍ରଫୁଲ୍ଲ ସାବତ