ଭୁବନେଶ୍ୱର– ଜୟୀ ରାଜଗୁରୁଙ୍କ ଜୟନ୍ତୀରେତାଙ୍କୁ ନମନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ଶହୀଦ, ବିପ୍ଳବୀ, ବୀର ଜୟୀ ରାଜଗୁରୁଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ଅସାଧାରଣ ଦେଶପ୍ରେମ, ନିର୍ଭୀକ ସଂଗ୍ରାମୀ ଜୀବନ ଓ ଅସୀମ ତ୍ୟାଗ ସର୍ବଦା ସ୍ମରଣୀୟ ଏବଂ ପ୍ରେରଣାଦାୟୀ।
