
ବାଲେଶ୍ବର : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବାଲେଶ୍ବର ଜିଲ୍ଲାରେ ନିଶା ବିରୋଧୀ ଅଭିଯାନ ଚଳାଇ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ ନାମକ ସଂଗଠନ। ଗତକାଲି ଅନ୍ତରାର୍ଷ୍ଟ୍ରୀୟ ନିଶାସେବନ ନିରୋଧ ଦିବସ ଅବସରରେ ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ ବା ‘ମୋନା’ ରାଜ୍ୟ ତଥା ଦେଶକୁ ସଂପୂର୍ଣ୍ଣ ନିଶାମୁକ୍ତ କରିବାକୁ ଦାବି କରିଛି। ଶୁକ୍ରବାର ଦିନ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାମାନେ ବାଲେଶ୍ବର ଜିଲ୍ଲାପାଳଙ୍କୁ ଏ ଉପଲକ୍ଷେ ଏକ ଦାବିପତ୍ର ପ୍ରଦାନ କରି ବାଲେଶ୍ବର ଜିଲ୍ଲାରେ ଚୋରା ନିଶା କାରବାରକୁ ବନ୍ଦ କରିବାକୁ ଦାବି କରିଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ୍ ମଦଭାଟି ଓ ମଦ କାରବାର ବୃଦ୍ଧି ପାଇବା ସହ ବାଲେଶ୍ବର ବାଟ ଦେଇ ରାଜ୍ୟର ବିଭିନ୍ନ ଅଳକୁ ଚରସ୍, ହେରୋଇନ୍ ଭଳି ଉତ୍କଟ ନିଶାଦ୍ରବ୍ୟ ରପ୍ତାନି କରା
ଯାଉଥିବାରୁ ବାଲେଶ୍ବର ଜିଲ୍ଲାର ସୁନାମ କ୍ଷୁର୍ଣ୍ଣ ହେଉଥିବା ବେଳେ ଏହି ଚୋରା ନିଶା କାରବାରରେ କେତେକ ଅସାଧୁ କର୍ମଚାରୀ ସହାୟତା ପ୍ରଦାନ କରୁଥିବାରୁ ଜିଲ୍ଲାପାଳ ଏଥିପାଇଁ ଆବଶ୍ୟକୀୟ କଠୋର କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ‘ମୋନା’ ନିବେଦନ କରିଛି। ଜିଲ୍ଲାପାଳଙ୍କ ତରଫରୁ ଡେପୁଟି ଜିଲ୍ଲାପାଳ ସ୍ନିଗ୍ଧା ମହାପାତ୍ର ଦାବିପତ୍ର ଗ୍ରହଣ କରିଥିଲେ।
ଏହି ଦାବିପତ୍ର ପ୍ରଦାନ ବେଳେ ସଂଗଠନର ସଭାପତି ପ୍ରଭାକର ସାହୁ, ସଂପାଦିକା ମମତା ମହାପାତ୍ରଙ୍କ ସମେତ ଗୌରାଙ୍ଗ ପାଣିଗ୍ରାହୀ, କ୍ଷିତୀଶ୍ବର ଦାଶ, ପ୍ରଫୁଲ୍ଲ କୁମାର ଦାସ, ଗୀତାଞ୍ଜଳି ସିଂହ, ନିରଞ୍ଜନ ପରିଡ଼ା, ସୀତାରାମ ପ୍ରଧାନ, ବନ୍ଦନା ବିଶ୍ବାସ, ଅର୍ଚ୍ଚନା ନନ୍ଦୀ, ଯତୀନ୍ ପାତ୍ର ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ବହୁ ସଭ୍ୟସଭ୍ୟା ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO