ଭୁବନେଶ୍ୱର – ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଆଜି ଲୋକସେବା ଭବନଠାରେ ଜନଜାତିମାନଙ୍କ ଉନ୍ନତି ପାଇଁ ଜନଜାତିବହୁଳ ୯ଟି ଜିଲ୍ଲାରେ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଜିଲ୍ଲା ଖଣିଜ ପ୍ରତିÂାନ (ଡିଏମ୍ଏଫ୍)ର କାର୍ଯ୍ୟକ୍ରମ ଏବଂ ଯୋଜନା ଓ ସଂଯୋଜନ ବିଭାଗର ୫”ଟି’ ଅନ୍ତର୍ଭୁକ୍ତ ବିଷୟଗୁଡ଼ିକର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୈଠକରେ ୯ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୨୦୧୭-୧୮ ଏବଂ ୨୦୧୮-୧୯ ବର୍ଷ ପାଇଁ ପ୍ରଦାନ କରାଯାଇଥିବା ଅର୍ଥର ବିନିଯୋଗ ଉପରେ ମନ୍ତ୍ରୀ ଶ୍ରୀ ବେହେରା ସନ୍ତୋଷ ପ୍ରକାଶ କରିଥିଲେ । ସ୍ୱତନ୍ତ୍ର ଉନ୍ନୟନ
ପରିଷଦଗୁଡ଼ିକର ସଂପୂର୍ଣ୍ଣ ପୁନର୍ଗଠନ ପରେ ୨୦୧୯-୨୦ ଅ ।ର୍ଥିକ ବର୍ଷ ପାଇଁ ଉନ୍ନୟନ ପରିଷଦର ସଦସ୍ୟମାନଙ୍କ ସହ ବିଶଦ ଆଲୋଚନାପୂର୍ବକ ପ୍ରତିଟି ଜିଲ୍ଲାର ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟକ୍ରମଗୁଡ଼ିକର ଚିଠା ପ୍ରସ୍ତୁତ କରିବା ପାଇଁ ନିଷ୍ପତି ନିଆଗଲା । ମନ୍ତ୍ରୀ ଶ୍ରୀ ବେହେରା ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକ୍ରମ ଅଧୀନରେ ନିଶାନିବାରଣ ଓ ଗୁଣିଗାରେଡି ସମ୍ବନ୍ଧୀୟ ଅନ୍ଧବିଶ୍ୱାସ ବିରୋଧରେ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ମନ୍ତ୍ରୀ ଶ୍ରୀ ବେହେରା ଡିଏମ୍ଏଫ୍ର ସମୀକ୍ଷା କରି ଏଥିରେ ନିଆଯାଉଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଡିଏମ୍ଏଫ୍ ଟ୍ରଷ୍ଟ ବୋର୍ଡମାନଙ୍କ ଦ୍ୱାରା ଅଧିକରୁ ଅଧିକ ନୂତନ ପ୍ରକଳ୍ପକୁ ଅନୁମୋଦନ ଏବଂ କାର୍ଯ୍ୟକାରୀ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଜୀବିକା ନିର୍ବାହ ପ୍ରକଳ୍ପଗୁଡ଼ିକରେ ଡିଏମ୍ଏଫ୍ର ଅର୍ଥ ବିନିଯୋଗ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥିଲେ ।
ଯୋଜନା ଓ ସଂଯୋଜନ ବିଭାଗରେ ୫ “ଟି’ର ଅନ୍ତର୍ଭୁକ୍ତ ବିଷୟଗୁଡ଼ିକର କାଯର୍ୟକାରିତା ସମ୍ବନ୍ଧରେ ପଯର୍ୟାଲୋଚନା କରାଯାଇଥିଲା ।