କୋରେଇ – ବିବାହର ପ୍ରତିଶୃତି ଦେଇ ଶାରିରୀକ ସର୍ମ୍ପକ ପରେ ପ୍ରେମିକା ଗର୍ଭବତୀ ହେବା ପରେ ଅଧିକ ଯୌତୁକ ଦାବିରେ ବିବାହ ନକରି ଫେରାର ହେବା ଘଟଣା ନେଇ ମାମଲା ରୁଜ୍ଜୁ ପରେ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପାଣିକୋଇଲି ଥାନା କେଶ ନମ୍ବର ୧୧୩/୧୯ ଦଫା ୩୭୬,୪୯୩, ୩୧୩, ୫୦୬, ୩୪ ଆଇପିସିରେ ଯାଜପୁର ଥାନା ଅନ୍ତର୍ଗତ ଚଇନପୁର ଗ୍ରାମର ନାଥୁ ଯେନାଙ୍କ ପୁଅ ରାମ(୨୬)କୁ କୋର୍ଟ ଚାଲାଣ କରାଯାଇଛି । ପ୍ରକାଯେ ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ପଂଚାୟତର କୁରୁପଦା ଗ୍ରାମର ନବ ମଳିକଙ୍କ ଝିଅ ପ୍ରିୟତମା(୨୩) ସହ ରାମର ପ୍ରେମ ସର୍ମ୍ପକ ଗଢି ଉଠିଥିଲା । ସର୍ମ୍ପକରେ ବହୁ ଆଗକୁ ବଢିଚାଲିଲା । ବିବାହର ପ୍ରତିଶୃତି ଦେଇ ରାମ ଶାରୀରିକ ସର୍ମ୍ପକ ସ୍ଥାପନ କରିଥିଲା । ଫଳରେ ପ୍ରିୟତମା ୨ ମାସର ଗର୍ଭବତୀ ହୋଇଥିଲା । ଏ ସର୍ମ୍ପକରେ ରାମକୁ ଜଣାଇବା ପରେ ଉଭୟେ ବିବାହ କରିବାକୁ ରାଜି ହୋଇଥିଲେ । ତଦନୁଯାୟୀ ରାମ ପରିବାର ଆଲୋଚନା ପାଇଁ ପ୍ରିୟତମା ଘରେ ପହଂଚିଥିଲେ । ମାତ୍ର ରାମ ପରିବାର ପକ୍ଷରୁ ବିବାହ ପାଇଁ ରାଜି ହୋଇଥିଲେ ମଧ୍ୟ ଲକ୍ଷାଧିକ ଟଙ୍କା ଯୌତୁକ ଦାବି କରିଥିଲେ । ଯାହା ପ୍ରେମିକା ପ୍ରିୟତମା ପରିବାର ଦେବାକୁ ସକ୍ଷମ ନଥିଲେ । ପରବର୍ତି ସମୟରେ ସୁବିଧା ଦେଖି ରାମ ଚେନ୍ନାଇ ପଳାଇ ଯାଇଥିଲା । ଏ ନେଇ ପ୍ରିୟତମା ଗତ ଜୁନ ୨୩ ତାରିଖ ଅଭିଯୋଗ କରିଥିଲେ । ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ରାମକୁ ପୁଲିସ ଚେନ୍ନାଇ ଯାଇ ଧରିବାକୁ ସକ୍ଷମ ହୋଇଥିଲା ବେଳେ ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି ।
Related Stories
December 2, 2024