-
ଘରକୁ ଘର ବୁଲି ସ୍କ୍ରିନିଂ କରୁଛି ବିଏମ୍ସି
-
ସାହିକୁ ସିଲ୍କରି ଜଗିଛି ପୋଲିସ
-
୨୮ଦିନିଆ ହୋମ୍ କ୍ୱାରାଣ୍ଟାଇନ୍ରେ ୧୦୦ରୁ ଊର୍ଦ୍ଧ୍ୱ ପରିବାର

ବ୍ରହ୍ମପୁର: ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ଶଙ୍କରପୁର ସାହିରେ ଜଣେ ବ୍ୟକ୍ତି ହୋମ୍ କ୍ୱାରାଣ୍ଟାଇନ୍ରେ ଥାଇ କରୋନା ପଜେଟିଭ ଚିହ୍ନଟପରେ ଉକ୍ତ ସାହିକୁ ମହାନଗର ନିଗମ କର୍ତ୍ତୃପକ୍ଷ ଆକ୍ସେସ କଣ୍ଟ୍ରୋଲ ଜୋନ୍ ଘୋଷଣାକରି ସିଲ୍ କରିଛି । ସାହିକୁ ପ୍ରବେଶ କରୁଥିବା ଦୁଇପଟ ସାହିର ମୁହଁରେ ବାଉଁଶ ବ୍ୟାରିକେଟ୍କରି ସିଲ୍ କରିବା ସହ ସାହିରେ ଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଘର ସମ୍ମୁଖରେ ୨୮ଦିନିଆ ସଙ୍ଗରୋଧ(ହୋମ୍ କ୍ୱାରାଣ୍ଟାଇନ୍ରେ ରହିବା ପାଇଁ) ଲଟକା ଜାରି କରିଛି । ଫଳରେ ଉକ୍ତ ସାହିକୁ ବାହାର ଲୋକେ ପ୍ରବେଶ କରିପାରିବେ ନାହିଁ କି ସାହିବାସିନ୍ଦା ଆଗାମୀ ୨୮ଦିନ ପର୍ଯ୍ୟନ୍ତ ଘର ବାହାରକୁ ବାହାରିପାରିବେ ନାହିଁ । ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ବିଏମ୍ସି ପକ୍ଷରୁ ୧୨ଟି ଫୋନ୍ ନମ୍ବର ଜାରି କରାଯାଇଛି । ଯେଉଁ ପରିବାରର ଯାହା ଆବଶ୍ୟକ ଏହି ନମ୍ବରରେ କଲ୍କଲେ ସାମଗ୍ରୀ ଘରେ ପହଞ୍ôଚବ ।

ଶନିବାର ଦିନ ବିଏମ୍ସିର ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଘରକୁ ଘର ବୁଲି ସ୍କ୍ରିନିଂ ଆରମ୍ଭ କରିଛି । ସୂଚନାଥାଉକି, ଉକ୍ତ ଅଞ୍ଚଳର ଜୈନିକ ବ୍ୟକ୍ତି ବ୍ରହ୍ମପୁର ଆମ୍ବ ବଜାରରେ ବ୍ୟବସାୟ କରୁଥିବା ବେଳେ ତାଙ୍କ କର୍ମଚାରୀଙ୍କ ନିକଟରୁ କରୋନା ଭୁତାଣୁ ପଜେଟିଭ ବାହାରିବାପରେ ତାଙ୍କ ଦୋକାନ ମାଲିକ ଓ ଅନ୍ୟ ସହକର୍ମୀଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରଖାଯାଇଥିଲା । ସେଥିମଧ୍ୟରୁ ଜଣଙ୍କର ଶୁକ୍ରବାର ଦିନ ପଜେଟିଭ ବାହାରିବାରୁ ଶୁକ୍ରବାର ରାତିରେ ହିଁ ଶଙ୍କରପୁର ସାହିକୁ ଆକ୍ସେସ କଣ୍ଟ୍ରୋଲ ଜୋନ୍ ଘୋଷଣା କରିଥିଲେ ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ । ଉକ୍ତ ଅଞ୍ଚଳର ସମସ୍ତ ଦୋକାନାବଜାର, ଅନୁଷ୍ଠାନକୁ ବନ୍ଦ କରାଯାଇଥିବା ବେଳେ ଉକ୍ତ ଅଞ୍ଚଳକୁ ବିଏମ୍ସିର ୪ଜଣ ଉଚ୍ଚ ପଦସ୍ତ ଅଧିକାରୀ ନଜିର ରଖିଥିବା ଜଣାପଡିଛି । ଏପଟେ ଚିହ୍ନଟ କରୋନା ପଜେଟିଭ ବ୍ୟକ୍ତିଜଣକ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବାହେତୁ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ଅନୁମାନ କରାଯାଉଛି । ଅଞ୍ଚଳବାସୀମାନେ ଭୟଭୀତ ହୋଇ ରହିଥିବା ବେଳେ ଆଗକୁ କ’ଣ ପରିସ୍ଥିତି ଉପୁଜୁଛି ତାହା ଦେଖିବାକୁ ବାକି ରହିଲା । ବଡବଜାର ଥାନାଧିକାରୀ ପ୍ରଶାନ୍ତ ଭୁପତି ଉକ୍ତ ଅଞ୍ଚଳରେ ପୋଲିସ ମୁତୟନ କରିଥିବା ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO