ବ୍ରହ୍ମପୁର: ରେଶମ ସହର କୁହାଯାଉଥିବା ବ୍ରହ୍ମପୁରରେ ସାମାନ୍ୟ ବର୍ଷାହେଲେ ବର୍ଷା ଜଳ ଅନେକ ୱାର୍ଡର ଘରେ ଘରେ ପଶିଯିବା ସହ ନାଳ ନର୍ଦ୍ଦମା ଜାମ୍ ହୋଇଯାଇ ଜଳ ନିଷ୍କାସିତ ହୋଇପାରୁନାହିଁ । ତେବେ ଆଗକୁ ବର୍ଷାଦିନ ଥିବାରୁ ଜଳବନ୍ଦୀ ସମସ୍ୟାକୁ ନେଇ କିଛି ୱାର୍ଡବାସୀ ଚିନ୍ତିତ ମଧ୍ୟ ଅଛନ୍ତି । ତେବେ ଏହି ବର୍ଷାଜଳ ନିଷ୍କାସନ ସମସ୍ୟାର ସମାଧାନ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ତ୍ୱରିତ ପଦକ୍ଷେ ନିଆଯାଇଛି । ସହରାଞ୍ଚଳ କର୍ମ ନିଯୁକ୍ତି ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଇ-ଟେଣ୍ଡର ଜରିଆରେ ସହରର ପ୍ରମୁଖ ୮ଟି ନର୍ଦ୍ଦମା ଓ କଲଭର୍ଟ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଁ ମୋଟ ୨କୋଟି ଟଙ୍କାର ନିର୍ମାଣ କାମ କାର୍ଯ୍ୟାଦେଶ ଦିଆଯାଇଛି । ଜୋରରେ ବର୍ଷା ହେଲେ ଯେପରି ପାଣି କେଉଁଠାରେ ଜମା ନହୋଇ ଠିକ୍ ଭାବେ ପ୍ରବାହିତ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଏଥିରେ ଜଳ ସଞ୍ଚୟ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବା ସହ ସହର ସୌନ୍ଦର୍ଯ୍ୟକରଣକୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ୯୦ଦିନ ମଧ୍ୟରେ ଏହି ସମସ୍ତ କାମ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଥିବା କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି । ୱାର୍ଡ ନମ୍ବର ୨୩ ଅନ୍ତର୍ଗତ ଗାନ୍ଧୀନଗର ପଞ୍ଚ ଲାଇନ୍ରେ ୧୧ଲକ୍ଷ ୩୪ହଜାର ଟଙ୍କା ବ୍ୟୟରେ ସିମେଣ୍ଟ କଂକ୍ରିଟ ଡ୍ରେନ୍ ନିର୍ମାଣ, ଗାନ୍ଧୀନଗର ନବମ ଲାଇନ୍ରେ ୪ଲକ୍ଷ ୬୫ହଜାର ଟଙ୍କା ବ୍ୟୟରେ ଡ୍ରେନ୍, ବିଏମ୍ କାର୍ଯ୍ୟାଳୟ ଠାରୁ ସବ୍ରେଜିଷ୍ଟ୍ରାର ଅଫିସ୍ ପର୍ଯ୍ୟନ୍ତ କଲଭର୍ଟ ଓ ଡ୍ରେନ୍ ୮ଲକ୍ଷ ୮୦ହଜାର, ୱାର୍ଡ ନମ୍ବର ୩୦ ଅନ୍ତର୍ଗତ ରାମହରିନଗର ଦ୍ୱିତୀୟ ଲାଇନ୍ରେ ୪ଲକ୍ଷ ୪୫ହଜାର ୫୩୫ଟଙ୍କାରେ ଡ୍ରେନ୍, ଉକ୍ତ ୱାର୍ଡର ନଟବର ନଗରରେ ୧୦ଲକ୍ଷ ୩୫ହଜାର ଟଙ୍କା ବ୍ୟୟରେ ଡ୍ରେନ୍ ଏବଂ ରାମଲିଙ୍ଗମ ଟ୍ୟାଙ୍କ ପାଶ୍ୱର୍ରୁ ପୁରୁଣା ଏସ୍ଏସ୍ଭିଟି ସିନେମା ହଲ୍ ପାଶ୍ୱର୍ର ଡ୍ରେନ୍ ନିର୍ମାଣ ୫ଲକ୍ଷ ୭୭ହଜାର, ୩୫ନମ୍ବର ୱାର୍ଡ ଅନ୍ତର୍ଗତ କୃଷ୍ଣନଗର ଦ୍ୱିତୀୟ ଲାଇନ୍ରେ ୧ଲକ୍ଷ ୩୮ହଜାର ଟଙ୍କା ବ୍ୟୟରେ କର୍ଲଭଟ୍ଟ, ୱାର୍ଡନମ୍ବର ୩୪ ଜୟପ୍ରକାଶ ନଗର ଛକ ଠାରୁ ବିଦ୍ୟୁତପୁରୀ କଲୋନୀ ପର୍ଯ୍ୟନ୍ତ ପକ୍କା ଡ୍ରେନ୍ ନିର୍ମାଣ ୪୨ଲକ୍ଷ ଟଙ୍କାରେ ନିର୍ମାଣ କରାଯିବାକୁ କାର୍ଯ୍ୟାଦେଶ ହୋଇଛି । ଏହି କାମ ତଦାରଖ ପାଇଁ ବିଏମ୍ସିର ବିଭିନ୍ନ ଇଞ୍ଜିନିୟରଙ୍କୁ ଦାୟୀତ୍ୱ ଦିଆଯାଇଛି ବୋଲି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି ।
Related Stories
December 14, 2024