କନ୍ଧମାଳ – କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅନ୍ତର୍ଗତ ସିମନବାଡି ଓ ବୁଡାଗୁଡା ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀପତି ମଲ୍ଲିକଙ୍କ ଠାରୁ ଆଜି ୨ଜଣ ଦୁର୍ବୃତ ଗୋଟିଏ ପଲସର ବାଇକରେ ଆସି ତାଙ୍କ ସ୍କୁଟି ଡିକିରେ ଥିବା ଗୋଟିଏ ବ୍ୟାଗ୍ ସହିତ ଲୁଟିନେଇଥିବା ନେଇ ଦାରିଙ୍ଗବାଡି ଥାନାରେ ଅଭିଯୋଗ ହୋଇଛି । ସୁଚନା ଅନୁସାରେ ଶ୍ରୀପତି ଆଜି ଦାରିଙ୍ଗବାଡି ଷ୍ଟେଟବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ନିଜର ସ୍କୁଟିରେ ଗୋଟିଏ ବ୍ୟାଗ ଭିତରେ କିଛି ସରକାରୀ କାଗଜପତ୍ର ଓ ଟଙ୍କା ଡିକିରେ ରଖିଥିଲେ । ସେଠାରୁ ବାହାରି କିଛି ଦୁର ଯିବାପରେ ସ୍କୁଟି ରଖି ନିକଟରେ ଥିବା ଏକ ଦୋକାନରୁ କିଛି କିଣିବାକୁ ଯାଉଥିବାବେଳେ ଗୋଟିଏ ବାଇକରେ ଦୁଜଣ ଆସି ତାଙ୍କ ଡିକି ଖୋଲାଥିବାର ସୁଯୋଗ ନେଇ ଭିତରେ ଥିବା ବ୍ୟାଗ ସମେତ ଟଙ୍କା ଏବଂ ସେଥିରେ ଥିବା କିଛି କାଗଜପତ୍ର ନେଇ ଚମ୍ପଟ ମାରିଥିଲେ । ଏ ନେଇ ଶ୍ରୀପତି ଦାରିଙ୍ଗବାଡି ଥାନାରେ ଏକ ଅଭିଯୋଗ କରିବାପରେ ଦାରିଙ୍ଗବାଡି ଥାନା ପୋଲିସ ଏକ ମାମଲା ୯୫/୧୫ ରୁଜ୍ଜୁ କରିବାସହିତ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜକୁ ଆଧାର କରି ଏହି ଘଟଣାର ତଦନ୍ତ କରୁଥିବା ଜଣପଡିଛି ।
Related Stories
October 15, 2024