ନୂଆଦିଲ୍ଲୀ– ‘ଫାଦର୍ ଅମିର’ ଭାବରେ ଜଣାଶୁଣା କତାରର ପୂର୍ବତନ ଅମିର ଶେଖ ହମାଦ ବିନ ଖଲିଫା ଅଲ ଥାନିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ତାଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ଭାବେ ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ, ସେ କତାରର ବିକାଶ ଏବଂ ସମୃଦ୍ଧିକୁ ତ୍ୱରାନ୍ୱିତ କରିଛନ୍ତି । ଆଜି ୭୪ ବର୍ଷ ବୟସରେ ‘ଫାଦର୍ ଅମୀର’ ଙ୍କ ଦେହାନ୍ତ ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଟ୍ୱିଟ୍ କରି କହିଛନ୍ତି ଯେ, କତାରର ରାଷ୍ଟ୍ରପିତା ଶେଖ ହମାଦ ବିନ ଖଲିଫା ଅଲ ଥାନିଙ୍କ ବିୟୋଗରେ ମୁଁ ଗଭୀର ଶୋକ ବ୍ୟକ୍ତ କରୁଛି । ସେ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ଯିଏକି କତାରକୁ ବିକାଶ ଏବଂ ସମୃଦ୍ଧିର ନୂତନ ଶିଖରରେ ପହଂଚାଇଛନ୍ତି । ଆମେ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ମଧ୍ୟ ମନେ ରଖିଥାଉ । ତାଙ୍କ ସହିତ ତାଙ୍କର ସାକ୍ଷାତ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଫେବୃଆରୀ ୨୦୨୪ ରେ କତାରକୁ ତାଙ୍କର ଶେଷ ଗସ୍ତ ସମୟରେ ତାଙ୍କୁ ଭେଟିବାର ସୌଭାଗ୍ୟ ମିଳିଥିଲା ।
ପ୍ରଧାନମନ୍ତ୍ରୀ କତାରର ରାଷ୍ଟ୍ରପିତା ଶେଖ୍ ତମିମ ବିନ ହମଦ ଅଲ୍ ଥାନି ଏବଂ ସମଗ୍ର ଶାହି ପରିବାର ତଥା କତାରର ଜନସାଧାରଣଙ୍କୁ ସମବେଦନା ଜଣାଇବା ସହ ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।
