ମାଲକାନଗିରି ,ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ସ୍ଥିତ ଡାରୱିନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ଶକ୍ତି ଶ୍ରୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ସଭାପତିତ୍ବ କରି, ଛାତ୍ରୀମାନଙ୍କୁ ସମାଜରେ ସଚେତନତା ବୃଦ୍ଧି ଓ ଯୁବ ସମାଜର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଶକ୍ତି ଶ୍ରୀ ସଂଯୋଜିକା ଭାବେ ସଞ୍ଜିତା ଖୋସଲା ଛାତ୍ରୀ ମାନଙ୍କୁ ଶକ୍ତି ଶ୍ରୀ କାର୍ଯ୍ୟକ୍ରମର ଉଦେଶ୍ୟ ଓ ଲକ୍ଷ ସମ୍ପର୍କରେ ଅବଗତ କରିବା ସହିତ ନାରୀର ସୁରକ୍ଷା ଓ ସାବଧାନତା ବିଷୟରେ ଆଲୋଚନା କରିଥିଲେ ।
ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଅଧିକାରିଣୀ ଶ୍ରୀଦେବୀ ପରିଡ଼ା ଆଜିର ସମାଜରେ ନାରୀ କିଭଳି ନିଜକୁ ସୁରକ୍ଷିତ କରିପାରିବ, ସେ ସମ୍ପର୍କରେ ଆଲୋଚନା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର କର୍ମକର୍ତ୍ତା ମଧୁସ୍ମିତା ବିଶ୍ଵାଳ, ଜହନ କୋରା, ତୃପ୍ତିମୟୀ ଜେନା, ବିଶ୍ଵଜିତ ମହାନ୍ତି, କାହ୍ନୁ ସାମଲ ଉପସ୍ଥିତ ରହିଥିଲେ । ଶେଷରେ ପୁନମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
