ନୂଆଦିଲ୍ଲୀ– ଜଣେ ଠିକାଦାରଙ୍କ ଠାରୁ ୨୦ ହଜାର ଟଙ୍କା ଲାଂଚ ନେଇ ଆସାମର ସିଲଚରରେ ଉତର-ପୂର୍ବ ସୀମାନ୍ତ ରେଳ (ଏନ୍. ଏଫ୍. ରେଲୱେ) ର ଜଣେ ବରିଷ୍ଠ ସେକ୍ସନ ଇଞ୍ଜିନିୟର (ଏସ୍. ଏସ୍. ଇ.) ଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋର (ସି. ବି. ଆଇ.) ଗିରଫ କରିଛି ।
ରବିବାର ଦିନ ସିବିଆଇ କହିଛି ଯେ, ଠିକାଦାର ଏ ପ୍ରସଙ୍ଗରେ ଜୁନ୍ ୧୩ ତାରିଖରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ଏଥିରେ ସେ କହିଥିଲେ ଯେ, ତାଙ୍କ ପାଖରେ ପ୍ରାୟ ୨୦ ଲକ୍ଷ ଟଙ୍କାର ବିଲ୍ କ୍ଲିୟରାନ୍ସ ପାଇଁ ଏସ୍. ଏସ୍. ଇ. ପାଖରେ ବିଚାରାଧୀନ ରହିଛି । ଜୁନ୍ ୧୨ ରେ ସେ ବିଲ୍ ଅନୁମୋଦନ ପାଇଁ ଭେଟିବା ସମୟରେ ୨୦ ହଜାର ଟଙ୍କା ଲାଂଚ ମାଗିଥିଲେ ।
ଏଜେନ୍ସି ଅନୁଯାୟୀ, ଅଭିଯୋଗକୁ ଯାଂଚ୍ କରିବା ପରେ, ସିବିଆଇ ଏକ ଜାଲ ବିଛାଇଥିଲା ଏବଂ ଠିକାଦାରଙ୍କ ଠାରୁ ଲାଂଚ ଗ୍ରହଣ କରୁଥିବା ବେଳେ ସିଲଚରର ଏନଏଫ ରେଳବାଇର ବରିଷ୍ଠ ସେକ୍ସନ ଇଞ୍ଜିନିୟର (ସି ଆଣ୍ଡ ଡବ୍ଲୁ) କୁନ୍ତଲ ଚକ୍ରବର୍ତୀଙ୍କୁ ଗିରଫ କରିଥିଲା । ତାଙ୍କୁ ଜୁନ୍ ୧୪ ରେ ଗୌହାଟୀର ସକ୍ଷମ ଅଦାଲତରେ ହାଜର କରାଯାଇଛି ।
