ନୂଆଦିଲ୍ଲୀ– କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂରଣ ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପରିବର୍ତନ ଏବଂ ସଫଳତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଗତ ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତ ସାଧାରଣ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଆଣିବା ଏବଂ ଚିକିତ୍ସାକୁ ଅଧିକ ସୁଲଭ କରିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ସେ କହିଥିଲେ ଯେ, ଆୟୁଷ୍ମାନ ଭାରତ ଏବଂ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଭଳି ଯୋଜନା କୋଟି କୋଟି ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିବା ଦିଗରେ କାର୍ଯ୍ୟ କରିଛି ।
ରବିବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସେୟାର ହୋଇଥିବା ଏକ ବାର୍ତାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଆଜି ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ପରିଣତ ହୋଇଛି । ସମାଜର ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ଏବଂ ବଂଚିତ ବର୍ଗଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ସେ କହିଥିଲେ ଯେ, ଏହି ଯୋଜନା ଜରିଆରେ ଲକ୍ଷ ଲକ୍ଷ ପରିବାରକୁ ଗୁରୁତର ରୋଗର ଚିକିତ୍ସାରେ ଆର୍ôଥକ ସହାୟତା ମିଳିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଅଧୀନରେ ସାରା ଦେଶରେ ସୁଲଭ ମୂଲ୍ୟରେ ଗୁଣାତ୍ମକ ମାନର ଔଷଧ ଉପଲବ୍ଧ କରାଯାଉଛି । ଏହାଦ୍ୱାରା ସାଧାରଣ ନାଗରିକ, ବିଶେଷ କରି ଗରିବ ଏବଂ ମଧ୍ୟମ ବର୍ଗଙ୍କ ଚିକିତ୍ସା ଖର୍ଚ୍ଚରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ସେ ସୂଚନା ଦେଇଛନ୍ତି ଯେ, ସରକାର ହୃଦରୋଗୀଙ୍କ ପାଇଁ ବ୍ୟବହୃତ ଷ୍ଟେଂଟ ଏବଂ ଆଣ୍ଠୁ ପ୍ରତିରୋପଣର ମୂଲ୍ୟକୁ ନିୟନ୍ତ୍ରଣ କରି ଚିକିତ୍ସାକୁ ଅଧିକ ସୁଲଭ କରିଛନ୍ତି, ଯାହା ଫଳରେ ବହୁ ସଂଖ୍ୟକ ରୋଗୀ ଉପକୃତ ହୋଇଛ
