ମୁମ୍ବାଇ– ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘରେ ଗୁଳିକାଣ୍ଡ ଘଟଣାର ତଦନ୍ତରୁ ଜଣାପଡ଼ିଛି ଯେ, ପାଂଚ ଜଣ ପ୍ରମୁଖ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ମଧ୍ୟ ଅଣ୍ଡରୱାର୍ଲ୍ଡ ଟାର୍ଗେଟରେ ରହିଛନ୍ତି । ଏହି ୫ ଜଣଙ୍କୁ ଟଙ୍କା ପାଇଁ ଧମକ ଦିଆଯାଇଥିବା ନେଇ ସୂଚନା ପାଇଛି ମୁମ୍ବାଇ ପୋଲିସ । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଏପର୍ଯ୍ୟନ୍ତ ପୋଲିସ ସହିତ ଯୋଗାଯୋଗ କରିନାହାଁନ୍ତି । ପୋଲିସ ଏଥିରେ ଆଶ୍ଚର୍ଯ୍ୟ, କିନ୍ତୁ ସତର୍କତାର ସହିତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ବାସଭବନରେ ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଥିବା ଅଧିକାରୀ ଗୁରୁବାର କହିଛନ୍ତି ଯେ, ରବିବାର ମଧ୍ୟରାତ୍ରିରେ ରୋହିତଙ୍କ ବାସଭବନ ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ଛଅ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ଘଟଣାରେ ପୋଲିସ ପୁଣେରୁ ଚାରି ଜଣଙ୍କୁ ଗିରଫ କରିଛି । ତଦନ୍ତ ସମୟରେ ପୋଲିସ ଆଶ୍ଚର୍ଯ୍ୟଜନକ ସୂଚନା ପାଇଲା ଯେ କେବଳ ରୋହିତ ଶେଟ୍ଟୀ ନୁହେଁ, ବରଂ ପାଂଚ ଜଣ ପ୍ରମୁଖ ବଲିଉଡ୍ ଷ୍ଟାରଙ୍କୁ ମଧ୍ୟ ଗ୍ୟାଙ୍ଗଷ୍ଟରମାନେ ଟାର୍ଗେଟ କରିଛନ୍ତି ।
