
ଦିଗପହଣ୍ଡି୧:ଦିଗପହଣ୍ଡି ବିଜୁ ପଟ୍ଟନାୟକ ଜୁନିୟର ମହିଳା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି।ସଂଯୋଜିକା ଗୀତାଞ୍ଜଳି ମହାନ୍ତିଙ୍କ ସଂଯୋଜନା ଏବଂ ଅଧ୍ଯକ୍ଷା ସସ୍ମିତା କୁମାରୀ ପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମର ନୋଡାଲ ସଂଯୋଜକ ଅମୃତ କୁମାର ସେଠୀ ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ।ଛାତ୍ରୀମାନଙ୍କୁ ମାନସିକ ଏବଂ ଶାରୀରିକ ଭାବେ ସଶକ୍ତ କରିବା ସହ ଯେକୌଣସି ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ପାଇଁ ଆତ୍ମବିଶ୍ବାସ ସୃଷ୍ଟି କରିବା ଏହି ଶିବିରର ମୂଖ୍ଯ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ।ସେହିଭଳି ଆଇନଜୀବି ହରପ୍ରସାଦ ରଥ,ଅଧ୍ଯାପକ ଡ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ପୀତବାସ ପାଢ଼ୀ, ସୁଧୀର କୁମାର ପଣ୍ଡା ,ମଞ୍ଜୁଳା ସାମନ୍ତରାୟ, ସବିତା କୁମାରୀ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଶେଷରେ ପ୍ରଶିକ୍ଷିକା ରାକ୍ଷୀ କୁମାରୀ ସାହୁ ଏବଂ ରୀନା ପ୍ରଧାନଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରର ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ରିପୋର୍ଟ ପ୍ରଫୁଲ ସାବତ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO