
ଗଞାମ– ସରକାର ବରିଷ୍ଠ ନାଗରିକମାନଙ୍କ ବୟସ ସୀମା ୬୦ ବର୍ଷ ନିର୍ଦ୍ଧାରଣ କରିଛନ୍ତି। କିନ୍ତୁ, ଆୟୁଷ୍ମାନ ବୟୋବଂଦନା କାର୍ଯ୍ୟକ୍ରମରେ ୭୦ ବର୍ଷ ବା ତାଠାରୁ ଉର୍ଦ୍ଧ ବୟସ୍କ ବ୍ଯକ୍ତି ମାନଙ୍କୁ ଏଥିରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବାରୁ ଗଂଜାମ ଜିଲ୍ଲା ବରଷ୍ଠ ନାଗରିକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ୬୦ ବର୍ଷ ପରେ ବହୁବ୍ଯକ୍ତି ରୋଗାକ୍ରାନ୍ତ ହେବାସହ ଅନେକ ଇହଧାମ ତ୍ଯାଗ କରୁଛନ୍ତି। ଏଣୁ ରାଜ୍ୟ ସରକାର ବୟୋବଂଦନା କାର୍ଯ୍ୟକ୍ରମରେ ୬୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନାଗରିକ ମାନଙ୍କୁ ଏଥିରେ ସାମିଲ କରିବାକୁ ଦାବି ହେଉଛି। ଏତତ ବ୍ଯତିତ ସରକାରୀ କର୍ମଚାରୀ ଓ ପେନସନପ୍ରାପ୍ତ ବ୍ଯକ୍ତିଙ୍କୁ ମଧ୍ୟ ତୁରନ୍ତ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଗଂଜାମ ଜିଲା ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି ।