
ଆଜମେର-କର୍ଣ୍ଣାଟକରେ ୱାକଫ୍ ବିଲ୍କୁ ନେଇ ଭିଡିଓ ଜାରି କରି ହିଂସାକୁ ଭଡକାଇଥିବା କଂଗ୍ରେସ ନେତାଙ୍କୁ ଆଜମେରରୁ ଗିରଫ କରାଯାଇଛି ।
ଏସପି ବନ୍ଦିତା ରାଣା କହିଛନ୍ତି ଯେ, କର୍ଣ୍ଣାଟକ ପୋଲିସକୁ ଅଭିଯୁକ୍ତ କବିର ଖାନ ଆଜମେରରେ ଥିବା ନେଇ ଇନପୁଟ୍ ମିଳିଥିଲା । ଆଜମେର ପୋଲିସ ସହାୟତାରେ ଅଭିଯୁକ୍ତକୁ ଆଦର୍ଶ ନଗର ଅଂଚଳରୁ ଧରାଯାଇ ପୋଲିସକୁ ପ୍ରଦାନ କରାଯାଇଛି ।
କର୍ଣ୍ଣାଟକର ଦାବଣଗେରେରୁ କଂଗ୍ରେସ ନେତା ଓ ପୂର୍ବତନ ପାର୍ଷଦ କବିର ଖାନ ନିକଟରେ ପାରିତ ୱାକଫ୍ ବିଧେୟକ 2025 ବିରୋଧରେ ହିଂସା ଭଡକାଇବା ଭଳି ଏକ ଭିଡିଓ ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା ।