
କନ୍ଧମାଳ , କନ୍ଧମାଳ ରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ,. ଆଜି କନ୍ଧମାଳ ଜିଲ୍ଲରେ ଆରମ୍ଭ ହୋଇଛି ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଫୁଲବାଣୀ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଠାରୁ ଶିକ୍ଷା ସଚେତନ ରଥ ବାହାରି ଥିଲା ଓ ପ୍ରତି ସ୍କୁଲ, ସହର ଓ ଗାଁ କୁ ଯାଇ ସଚେତନ କରିବା ସହ ପିଲାଙ୍କୁ ପାଠ ପଢାପ୍ରତି ସଚେତନତା ସୃଷ୍ଟି କରିବ। କନ୍ଧମାଳ ଜିଲ୍ଲା ର ପ୍ରତି ସ୍କୁଲ ରେ ଆରମ୍ଭ ହୋଇଛି ଖଡ଼ି ଛୁଆଁ ଓ ପ୍ରବେଶ ଉଛବ, ସମସ୍ତ ଅଙ୍ଗନବାଡି ରେ ପଢ଼ୁଥିବା ପିଲାମାନେ ଆଜି ଶିଶୁ ବଟିକା ରେ ନାମ ଲେଖାଇବେ ଓ ୬ବର୍ଷରୁ ଉର୍ଦ୍ଧ୍ବ ବୟସ ର ପିଲାମାନଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଯିବ। ଏହି କାର୍ଯ୍ୟକ୍ରମ ର ଉଦେଶ୍ୟ କୌଣସି ଶିଶୁ ଶିକ୍ଷା ରୁ ବଞ୍ଚିତ ନ ହେଉ। ସେଥିପାଇଁ ପୂର୍ବରୁ ପ୍ରାକ ପ୍ରସ୍ତୁତି କରି ପ୍ରତି ଗାଁ କିମ୍ବା ସହର ର ଗଳିକନ୍ଦି କୁ ଯାଇ ଶିକ୍ଷକ, ଶିକ୍ଷୟତ୍ରୀ ମନେ ଯାଇ ୫ ବର୍ଷ ରୁ ଉର୍ଦ୍ଧ୍ବ ପିଲାମାନଙ୍କ ଘର କୁ ଯାଇ ନିମନ୍ତ୍ରଣ ପତ୍ର ଓ ଗୋଲାପ ଫୁଲ ଦେଇ ନିମନ୍ତ୍ରଣ କରି ଥିଲେ ଏମିତିକି ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଆଗ୍ରହ ସୃଷ୍ଟି କରିବା ପାଇଁ ନିଜେ ଜିଲ୍ଲପାଳ ଘରକୁ ଘର ଯାଇ କୁନି କୁନି ପିଲାଙ୍କୁ ନିମନ୍ତ୍ରଣ ପତ୍ର ଦେଇ ଆସିଥିଲେ. ଏହି କ୍ରମରେ ଆଜି ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଠାରୁ ଶିକ୍ଷା ସଚେତନତା ରଥ ବାହାରିଥିଲା, ଏହାକୁ ଅନୁଷ୍ଠାନିକ ଭାବେ ଫିତା କାଟି କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିରୁପମା ଦୋରା ଶୁଭାରମ୍ଭ କରିଥିଲେ, ତାଙ୍କସହ ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, କବିରାଜ ଜେନା ଙ୍କ ସହ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସମସ୍ତ ସିଆରସିସି ଯୋଗ ଦେଇଥିଲେ. ଏହି ଶିକ୍ଷା ରଥ ପ୍ରତି ଗାଁ ଓ ସହର ବୁଲି ଲୋକଙ୍କୁ ଓ ପିଲାଙ୍କୁ ସଚେତନତା କରେଇବ। ଆଜି କନ୍ଧମାଳ ଜିଲ୍ଲା ର ପ୍ରତି ସ୍କୁଲ ରେ ଆରମ୍ଭ ହୋଇଛି ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଓ ପ୍ରବେଶ ଉତ୍ସବ। ପାଞ୍ଚ ବର୍ଷ ରୁ ଉର୍ଦ୍ଧ ପିଲାଙ୍କୁ ଶିଶୁ ବଟିକା ଓ ଛଅ ବର୍ଷ ରୁ ଉର୍ଦ୍ଧ ପିଲାଙ୍କୁ ବାଲ ବଟିକା ବା ପ୍ରଥମ ଶ୍ରେଣୀ ରେ ନାମ ଲେଖାଯାଇଛି। ସ୍କୁଲ ରେ ଆଜି ନାମ ଲେଖାଇବାକୁ ଆସିଥିବା ପିଲାଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରି ନୁଆଁ ସିଲଟ ରେ ଖଡ଼ି ଛୁଆଁଇ ଥିଲେ, ନାମଲେଖାଇ ଥିବା ପିଲାଙ୍କୁ ପଟା, ଖଡ଼ି, ବହି, କଲର, ଡ୍ରଇଁ ଖାତା ଓ ବ୍ୟାଗ ଆଦି ମାଗଣା ରେ ଦିଆ ଯାଇଥିଲା ଏବଂ ଲଡୁ ବଣ୍ଟଯାଇଥିଲା, ଅଭିଭାବକ ମାନେ ଇଁରାଜୀ ମିଡ଼ିଅମ ସ୍କୁଲ ଛାଡି କିପରି ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ ହେବ ସେଥିପାଇଁ ଏହିସବୁ ନୂତନ କାର୍ଯ୍ୟକ୍ରମ ହାତକୁ ନେଇଛି,