
କେନ୍ଦ୍ରାପଡ଼ା- କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ଉଦ୍ୟମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ରବିବାର ଅନୁÂିତ ହୋଇଯାଇଛି । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାଣ୍ଡିସାହୀ ସ୍ଥିତ ବ୍ରାହ୍ମଣୀ କଲେଜ୍ ପରିସରରେ ଅନୁÂିତ ମୋତିଆ ବିନ୍ଦୁ ଚିକିତ୍ସା ଶିବିରରେ ପ୍ରାୟ ୪୦୦ ରୁ ଉଦ୍ଧ୍ୱର୍ ରୋଗୀ ଯୋଗଦେଇ ନିଜ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ସେହିପରି ଦାଣ୍ଡିସାହି ଗ୍ରାମଦେବୀଙ୍କ ମନ୍ଦିର ପରିସର ଓ ଆଖପାଖ ଅଂଚଳରେ ଶତାଧିକ ଫଳ, ଫୁଲ ଓ ମୂଲ୍ୟବାନ୍ ବୃକ୍ଷର ଚାରା ରୋପଣ କରାଯାଇ ପ୍ରାକୃତିକ ପରିବେଶ ଓ ପର୍ଯ୍ୟାବରଣ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଅଣ୍ଡରାର ସରପଂଚ ବିଜୟ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ବିଜୁ କୃଷକ ମୋର୍ଚ୍ଚାର ସଭାପତି ସୈାମରେନ୍ଦ୍ର ଦାସ, ବଲୁରିଆ ସରପଂଚ ରତିକାନ୍ତ ସାହାଣୀ,ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ମାନସ ସାମଲ, ଅମୃତ ମଣୋହୀର ପୂର୍ବତନ ସମିତି ସଭ୍ୟ ହୃଷିକେଶ ରାଉତ, ଅମୃତ ମଣୋହୀ ସମିତି ସଭ୍ୟ ମନ୍ଦାକିନୀ ତରାଇ, ପେଣ୍ଠପାଳର ସମିତି ସଭ୍ୟ ବବିତା ମଲିକ, ପଟ୍ଟାମୁଣ୍ଡାଇ ଢିହାପଡାର ପୂର୍ବତନ ସରପଂଚ ନିରଞ୍ଜନ ପଟ୍ଟନାୟକ, ଚିତରଂଜନ ମଲ୍ଲିକ, ପେଣ୍ଠପାଳ ବ୍ରାହ୍ମଣୀ କଲେଜ୍ରେ ମୋତିଆବିନ୍ଦୁ ଅସ୍ତେ୍ରାପ୍ରଚାର କରାଯାଇଥିଲା । ୫୦ ରୁ ଉର୍ଦ୍ଧ ବ୍ୟକ୍ତିଙ୍କର ମୋତିଆ ବିନ୍ଦୁ ଅସ୍ତେ୍ରାପଚାର ରୋଟାରୀ କ୍ଲବ ମାଧ୍ୟମରେ କରାଯିବା ପାଇଁ ସ୍ଥିର କରାଯାଇଛି ।