
ଭଦ୍ରକ – ନାଗରିକତା ସଂଶୋଧନ ଆଇନ୍କୁ ସମର୍ଥନ କରି ଆଜି ଏବିଭିପି ପକ୍ଷରୁ ଭଦ୍ରକରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳ ପ୍ରାୟ ୧୦ ଟାରେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ ନିକଟରୁ ଯୁବ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହôଥିଲା। ଏହି ଶୋଭାଯାତ୍ରାରେ ବିଶାଳ ତ୍ରିରଙ୍ଗା ପତାକା ଧରି ଛାତ୍ରଛାତ୍ରୀମାନେ ଫୁଲ ବର୍ଷଣ ପୂର୍ବକ ପୁଲିସ୍ ଓ ଯବାନଙ୍କ ସପକ୍ଷ ଓ ସୁରକ୍ଷା ନେଇ ନାରା ଦେଇଥିଲେ। ଏବଂ ପୁଲିସ୍ ଯବାନମାନଙ୍କୁ ପୁଷ୍ପ ଫୋପାଡି ସ୍ବାଗତ କରିଥିଲେ। ପରେ ଜିଲାପାଳଙ୍କ ମାଧ୍ଯମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।