
ଆପଡା- ନୂଆପଡା ଜିଲ୍ଲା ଖଡିଆଳ ସହରର ନାକାପଡା ଠାରେ ସଙ୍କଟ ମୋଚନ କମିଟି ଆନୁକୂଲ୍ୟରେ ଅନୁÂିତ କୋଶଳୀ ଧନୁଯାତ୍ରା ଶନିବାର ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଧାୟକଙ୍କ ସହ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳର ସଭାନେତ୍ରୀ ମମତା ମଞ୍ଜରୀ ଥପା, ଅନୁଷ୍ଟାନର ବରିÂ କର୍ମକର୍ତା ତାରା ଆଚାର୍ଯ୍ୟ, ଡୋଳା ମୋହନ ସିଂବାବୁ, କୁବେର ପଣ୍ଡା, ଅର୍ଜୁନ ସିଂ ଦଳପତି, ଜଗବନ୍ଧୁ ବାରିକ, ଦୟା ଥପା, ଚିତରଞ୍ଜନ ମିଶ୍ର, ବୈକୁଣ୍ଠ ରଥ, ସଙ୍କଟ ମୋଚନ କମିଟିର ସଭାପତି ପ୍ରଦିପ ସିଂଦେଓ, ସମ୍ପାଦକ ବଳରାମ ସେଠୀ ପ୍ରମୁଖ ମଂଚାସିନ ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଜୟ ବାରିକ, ରାଜୀବ ସିଂବାବୁ, ବନମାଳୀ ନାଗ, ସୁକଦେବ ସେଠୀ, ଅଭିରାମ ଗହୀର, ଅଶୋକ ବାଗ, ପଂଚଞ୍ଚ ପୋଡ, ବରୁଣ ଶବର ଉଦ୍ଘାଟନୀ ଉସôବରେ ମହାରାଜ ଉଗ୍ରସେନଙ୍କର ବିଶାଳ ଶୋଭାଯାତ୍ରା ଖଡିଆଳ ସହରର ଥାନା ଛକରୁ ବାହାରି ନାକାପଡା କଂସ ଦରବାର ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ । ପ୍ରଥମ ସଂଧ୍ୟାରେ ଉଗ୍ରସେନ ମହାରାଜଙ୍କର ମଥୁରା ନଗରୀରେ ରାଜୁତି ପରିବେଷଣ କରାଯାଇଥିଲା । ଏହି ଅବସରରେ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।