
ଭୁବନେଶ୍ୱର, ୨୨ ଡ଼ିସେମ୍ବର – କେୱାନ ଲାଇଭ ଏବଂ ସାଇ ଶାନ୍ତି ଚାରିଟେବଲ ଟ୍ରଷ୍ଟ ଓ ଏଡ଼ୁକେସନାଲ ଟ୍ରଷ୍ଟ ପକ୍ଷରୁ ଭଜନ ପ୍ରତିଯୋଗିତା ଅନୁÂିତ ହୋଇଯାଇଛି । ଟଙ୍କପାଣି ରୋଡ଼ ସ୍ଥିତ ସାଇ ମନ୍ଦିରରେ ଅନୁÂିତ ଏହି ପ୍ରତିଯୋଗିତାରେ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଦୁଇ ପର୍ଯ୍ୟାୟରେ ଏହି ଭଜନ ପ୍ରତିଯୋଗିତା ଅନୁÂିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଅଭିରାମ ଖୁଂଟିଆ, ମୋନାଲି ମଧୁସ୍ମିତା, ଶୋଭନ କୁମାର ଓ ନିହାର ରଂଜନ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାରେ ଶାନ୍ତିଲତା ବାରିକ, ସୌରଭ ନାୟକ, କାର୍ତିକ ମହାରଣା ବିଚାରକ ଭାବେ ପ୍ରତିଯୋଗୀଙ୍କ ଦକ୍ଷତାକୁ ଆକଳନ କରିଥିଲେ । ସେହିପରି ମୁ୍ୟଜିକ ଦାୟିତ୍ୱରେ ସୁନୀଲ କୁମାର ଓ ଦିବ୍ୟଜ୍ୟୋତି ପଣ୍ଡା ରହିଥିଲେ । ଏହି ଭଜନ ପ୍ରତିଯୋଗିତାରେ ଶୁଭ୍ରାଂଶୁ କୁମାର ଭୋଇ ପ୍ରଥମ ସ୍ଥାନ ଅକ୍ତିଆର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ଆକାଂକ୍ଷା ସାହୁ, ତୃତୀୟ ସ୍ଥାନରେ ଆଶୀର୍ବାଦ ସାମଲ ରହିଥିଲେ । ସେହିପରି ଶ୍ରୀଦ୍ରୀଷ୍ଣା ବିନ୍ଧାଣିଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଥିଲା ।
ଏହି ଅବସରରେ ଆୟୋଜକ ମାନସ ଚୌଧୁରୀ ବିଜୟୀ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ବ୍ୟାପକ ଭାବେ କରାଯିବ ବୋଲି କହିଥିଲେ । ବିଜୟୀ ପ୍ରତିଯୋଗୀଙ୍କୁ ଜାନୁଆରୀ ୨ରେ ବରମୁଣ୍ଡାରେ ସାଇବାବାଙ୍କ ପାଇଁ ଆୟୋଜିତ ହେବାକୁ ଥିବା ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଥିଲେ ।