
ଭଦ୍ରକ – ଭଦ୍ରକ ବ୍ଲକ୍ ଅର୍ଣ୍ଣପାଳ ପଂଚାୟତ ଶୁଶୁଆ ଗ୍ରାମ ଦେଇ ବହିଯାଇଥିବା ସାଳନ୍ଦୀ ନଦୀର ଶାଖା ନାଳିଆରେ ଦୀର୍ଘବର୍ଷ ହେବ ହେବାକୁ ଥିବା ଏକ ପକ୍କା ପୋଲ ନିର୍ମାଣ ହେଉନଥିବାରୁ ପାଗୋଟି ଗ୍ରାମର ଲୋକମାନେ ଅକଥନୀୟ ଦୁଦ୍ର୍ଧଶାର ସମ୍ମୁଖୀନ ହେଉଛନ୍ତି। ଆଜିକୁ ପ୍ରାୟ ୫୦ ବର୍ଷରୁ ଉଦ୍ଧ୍ର୍ବ ହେବ ଏହି ନଦୀ ଉପରେ ଏକ ବାଉଁଶ ଚାରା ଦେଇ ବିପଦ ସଂକୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ଗ୍ରାମବାସୀମାନେ। ତାହା ପୁଣି ବନ୍ୟା, ବାତ୍ୟା ସମୟରେ ଭାସିଗଲେ ଲୋକମାନେ ଡଙ୍ଗାକୁ ଭରସା କରନ୍ତି। ବିଶେଷକରି ଏହି ନଦୀର ଆରପାରିରେ ଲୋକମାନଙ୍କ ଚାଷଜମି ରହିଥିବାବେଳେ ନଦୀ ସେପଟ ଗାଁରୁ ପିଲାମାନେ ଏହି ନଦୀ ପାରି ହୋଇ ସ୍କୁଲକୁ ପାଠ ପଢିବା ପାଇଁ ଆସିଥାନ୍ତି। ସବୁଦିନ ବାଉଁଶ ଚାରାଟି ଉପରେ ବିପଦ ସଂକୁଳ ଅବସ୍ଥାରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରୋଗୀ, ମହିଳା ଓ ଛୋଟ ଛୋଟ ପିଲାମାନେ େଯଭଳି ଯାତାୟତ କରିଆସୁଛନ୍ତି, ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଗ୍ରାମବାସୀଙ୍କର ବହୁ ଦାବି ପରେ ଏଠାରେ ଏକ ପକ୍କା ପୋଲ ନିର୍ମାଣ ନେଇ ସିଦ୍ଧାନ୍ତ ହୋଇଛି। ବ୍ୟୟ ଅଟକଳ ପରେ ସେତୁ ନିର୍ମାଣ ପାଇଁ ମୃିକା ପରୀକ୍ଷା ମଧ୍ଯ ସରିଛି। ହେଲେ ଲୋକଙ୍କ ଦାବି ଅନୁସାରେ େଯଉଁଠି ପୋଲ ହେବା କଥା, ସେଠାରେ ତାହା ନହୋଇ ୫ଶହ ମିଟର ଦୂରେ କିଛି ମୁଷ୍ଟିମେୟ ଲୋକଙ୍କ ସ୍ବାର୍ଥକୁ ଆଖôଆଗରେ ରଖô ଏହି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏଣୁ ଦୀର୍ଘ ଦଶନ୍ଧିର ସମସ୍ୟା ପ୍ରତି ବିଭାଗୀୟ କର୍ୃପକ୍ଷ ଉଚିତ୍ ଦୃଷ୍ଟି ନଦେଲେ ୫ଟି ଗ୍ରାମର ଲୋକେ ଆନ୍ଦୋଳନ କରିବାର ଚେତାବନୀ ଦେଇଛନ୍ତି।