ଭଦ୍ – ଏହି ଜିଲାର ବନ୍ତ ବ୍ଲକ୍ କାଦବରାଙ୍ଗ କ୍ଲଷ୍ଟର ଅଧୀନସ୍ଥ ଆପ୍ତିରା ୟୁଜିଏମ୍ଇ ସ୍କୁଲରେ ଜନୈକ ସହକାରୀ ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇ ଦୀର୍ଘ ୧୪ ବର୍ଷ କାଳ ଶିକ୍ଷକତା କରୁଥିବାର ଅଭିେଯାଗ ପରେ ତାଙ୍କୁ ଚାକିରୀରୁ ବହିଷ୍କୃତ କରିଛନ୍ତି ଗୋଷ୍ଠୀ ଶିକ୍ଷାଧିକାରୀ। ଯାହା ଜଣାଯାଏ ଗତ ଅକ୍ଝୋବର ମାସ ୩୧ ରେ ସୂଚନା ଅଧିକାର ଆଇନ୍ ବଳରେ ବନ୍ତ ବ୍ଲକ୍ କାଦବରାଙ୍ଗ କ୍ଲଷ୍ଟର ଅଧୀନସ୍ଥ ଆପ୍ତିରା ୟୁଜିଏମ୍ଇ ସ୍କୁଲର ଜନୈକ ସହକାରୀ ଶିକ୍ଷକ ବିଶ୍ବନାଥ ସେଠୀ ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ସୂଚନା ହସ୍ତଗତ ହୋଇଥିଲା। ଏହି ଶିକ୍ଷକ ଜଣକ ୨୦୦୫ ମସିହାରେ ତାଙ୍କର ଶିକ୍ଷାଗତ େଯାଗ୍ୟତାର ପ୍ରମାଣପତ୍ର ଦେଇ ଏହି ପଦବୀରେ ନିଯୁକ୍ତି ପାଇଥିଲେ। ତାଙ୍କ ଶିକ୍ଷାଗତ େଯାଗ୍ୟତା ଯୁକ୍ତ ଦୁଇ କଳା, ସିଟି ଥିଲା। କିନ୍ତୁ ଜନସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁସାରେ ତାଙ୍କର ସିଟି ପ୍ରମାଣପତ୍ରଟି ଜାଲ୍ ଥିଲା। ଉକ୍ତ ପ୍ରମାଣପତ୍ରରେ ସେ କµାଟମୋଲରେ ପାସ୍ ହୋଇଥିବାର ଉଲ୍ଲେଖ କରିଥିବାବେଳେ ମିଳିଥିବା ଜନସୂଚନା ତଥ୍ୟ ଅନୁସାରେ ସେ ଫେଲ୍ ହୋଇଥିବାର ଜଣାପଡିଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ଯମରେ ପ୍ରକାଶ ପାଇବା ପରେ ଗୋଷ୍ଠୀ ଶିକ୍ଷାଧିକାରୀ ଓ ଉଚ୍ଚ ପଦସ୍ଥ ଅଧିକାରୀମାନେ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି ତାର ସତ୍ୟତା ବିଷୟରେ ଯା ପାଇଁ ବିଏସ୍ସି କାର୍ଯ୍ୟାଳୟକୁ ପଠାଯାଇଥିଲା। ଶେଷରେ ବିଏସ୍ସି ଓଡ଼ିଶାରୁ ମିଳିଥିବା ତଥ୍ୟ ମୂଳେ ପ୍ରମାଣପତ୍ରଟି ଜାଲ ବୋଲି ଜଣାପଡିଥିଲା। ଫଳରେ ଗୋଷ୍ଠୀ ଶିକ୍ଷାଧିକାରୀ କ୍ଲାସିଫିକେଶନ୍ କେ୍ରାଲ ଏଣ୍ଡ ଅପିଲ୍ ଆଇନ୍ ୧୯୬୨ ର ନିୟମ ୧୫ ମୂଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କୁ ଚାକିରୀରୁ ବହିଷ୍କାର କରିବା ସହ ସେ େଯତେବର୍ଷ ଚାକିରୀ କରିଛନ୍ତି, ସେଥିପାଇଁ ନେଇଥିବା ସମସ୍ତ ବେତନକୁ ଫେରସ୍ତ ଦେବାପାଇଁ ନିଦ୍ର୍ଧେଶ ଦେଇଛନ୍ତି। ଏହି ଖବର ପ୍ରକାଶିତ ହେବା ପରେ ଜାଲ୍ ଶିକ୍ଷାଗତ େଯାଗ୍ୟତାର ପ୍ରମାଣପତ୍ର, ଜାଲ ଜାତିଗତ ପ୍ରମାଣପତ୍ର ଓ ଜାଲ ବାସସ୍ଥାନର ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ମଧ୍ଯରେ କୋକୁଆଭୟ ସୃଷ୍ଟି ହୋଇଛି।
Related Stories
December 12, 2024