
ଝାରସୁଗୁଡା : ସହରର ପ୍ରସନ୍ନ ପଣ୍ଡା ଛକ ଓ ବକ୍ସିଛକ ହୋଇଛି ଦୁର୍ଘଟଣା ର ଛକ ।ଏହି ଛକରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନ ହାନୀ ଘଟୁଥିବା ବେଳେ ସଦାସର୍ବଦା ଟ୍ରାଫିକ ସମସ୍ୟା ଲାଗି ରହୁଛି ।ବିଟିଏମ ଫାଣ୍ଡି ଠାରୁ ପ୍ରସନ୍ନ ପଣ୍ଡା ଛକ ମଝିରେ ଥିବା ବକ୍ସିଛକ ରୁ ଲହଣ୍ଡା ବୁଡ ଠାରେ ଥିବା ଅପନା ୱ।ଲ୍ଡ ସ୍କୁଲ ଓ ନବୋଦୟ ବିଦ୍ୟାଳୟ କୁ ସ୍କୁଲ ବସ୍ ରେ ଛାତ୍ର ଛାତ୍ରୀ ମାନେ ଗମନାଗମନ କରିଥାନ୍ତି ।ବକ୍ସିଛକ ଠାରୁ ଲହଣ୍ଡା ବୁଡ ପାଖରେ ଥିବା ଇଏସପିଏଲ କଂପାନୀ କୁ ଭାରିଯାନ ଗୁଡିକ ଯିବା ଆସିବା କରୁଥିବା ଓ ୪୯ ନମ୍ବର ଜାତୀୟ ରାଜପଥରେ ଶହ ଶହ ଟ୍ରକ ଯାଉଥିବା ଯୋଗୁଁ ଏହିଛକ ଏବେ ବିପଦ ରହୁଥିବାବେଳେ ଆଜି ଅପରାହ୍ନ ୪ ଟା ସମୟରେ ଅପର୍ଣ୍ଣ। ସ୍କୁଲର ଏକ ବସ୍ ଏକ ଘଣ୍ଟାରୁ ଉର୍ଧ ସମୟ ଧରି ଟ୍ରାଫିକ ଯାମରେ ଅଟକି ରହିଥିଲା ।ଉକ୍ତ ବସ୍ ରେ ୪୦ ଜଣ ଛାତ୍ର ଛାତ୍ରୀ ବସିଥିବା ଦେଖିବାକୁ ମିଳିଥିଲା ।ବାରମ୍ବାର ଏହି ଛକରେ ଏଭଳି ଟ୍ରାଫିକ ସମସ୍ୟା ଉପୁଜିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଦୃଷ୍ଟି ପଡୁନାହିଁ ।ଗତ ୧୯ ତାରିଖ ଦିନ ଅପରାହ୍ନରେ ଗୋଟିଏ ସ୍କୁଲ ଛାତ୍ରୀ ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ପ୍ରଶାସନର ନିଦ ଭାଙ୍ଗୁନାହିଁ ।ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଟ୍ରାଫିକ ସମସ୍ୟା କଡାକଡି କରିବା ସହ ଏଠାରେ ଫ୍ଲାଏ ଓଭର ବ୍ରିଜ ତୁରନ୍ତ ନିର୍ମାଣ କରିବାକୁ ଜନସାଧାରଣ ଦାବି କରୁଛନ୍ତି ।