
ଝାରସୁଗୁଡ଼ା :ପାରାଦୀପ ଠାରେ ହେବାକୁ ଥିବା ଆନ୍ତଃ ଜିଲ୍ଲା ଭଳିବଲ ପ୍ରତିଯୋଗିତାରେ ଯୋଗ ଦେବାପାଇଁ ଆଜି ଝାରସୁଗୁଡ଼ା ଜିଲ୍ଲାର ଭଳିବଲ ଦଳ ପାରାଦୀପ ଗସ୍ତ କରିଛନ୍ତି।ଭୀଷ୍ମ ପ୍ରଧାନ ଙ୍କ ନେତ୍ତୃତ୍ୱ ରେ ଏହି ଦଳ ଆଜି ରାଉରକେଲା ଭୁବନେଶ୍ୱର ଇଣ୍ଟର ସିଟି ଟ୍ରେନ ରେ ଗସ୍ତ କରିଛନ୍ତି।ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ତାପସ ରାୟ ଚୌଧୁରୀ, ଉପ ସଭାପତି ବିଜୟ ବେହେରା ଓ ମନୋଜ ଦାସ ଖେଳାଳି ମାନଙ୍କୁ ସ୍ଥାନୀୟ ରେଲ ଷ୍ଟେସନ ଠାରେ ଶୁଭେଚ୍ଛା ଜଣାଇବା ସହ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି।