ଭୁବନେଶ୍ୱର– ସହିଦ ଜୟୀ ରାଜଗୁରୁଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ସହିଦ ଜୟୀ ରାଜଗୁରୁଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ । ମାତୃଭୂମିର ସ୍ୱାଧୀନତା ପାଇଁ ତାଙ୍କର ସର୍ବୋଚ୍ଚ ବଳିଦାନ ଏବଂ ଆଦର୍ଶ ଦେଶର ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ତଥା ଦେଶସେବା ଦିଗରେ ଚିରଦିନ ପ୍ରେରଣା ଯୋଗାଇବ ।
