
ଭଦ୍ରକ – ଆଜି ଭଦ୍ରକ ଜିଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ତିହିଡି ଥାନା ଅଧୀନସ୍ଥ କାଁପଡା ମଠସାହିର ସୁରେଶ ମଳିକଙ୍କ ପତ୍ନୀ ସେବତୀ (୪୬), ଚୈତନ୍ୟ ମହାଳିକ ପୁତ୍ର ବାପି (୨୩), ୰ ଦିବାକର ଦାସଙ୍କ ପୁତ୍ର ଗଜେନ୍ଦ୍ର ଓ ଦୌଲତପୁର ନିବାସୀ ଜୟରାମ ବାରିକଙ୍କ ପୁତ୍ର ପ୍ରଶାନ୍ତ କୁ ଗିରଫ କରାଯାଇ ସେମାନଙ୍କ ନିକଟରୁ ୮୦ ଲିଟର ଦେଶୀ ମଦ ଓ ଏକ ଗ୍ଲେମର ମଟୋର ସାଇକେଲ୍ ଜବତ କରାଯାଇଛି। ଜିଲା ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ ନିଦ୍ର୍ଧେଶ କ୍ରମେ ଭଦ୍ରକ ଅବକାରୀ ବିଭାଗ ଅଧିକାରୀ ସଂଜୟ ପଣ୍ଡା, ଏଏସ୍ଆଇ ପୁରୁଷୋମ ମଲ୍ଲିକ, କନେଷ୍ଟବଳ ପରେଶ ଚନ୍ଦ୍ର ଟୁଡୁ, ଦୀପକ ରାଉତ, ରଶ୍ମିରେଖା ଜେନା, ମୁରଲୀ ପ୍ରଧାନ ପ୍ରମୁଖ ଉପରୋକ୍ତ ସ୍ଥାନରେ ଚଢାଉ କରିଥିଲେ।