
ଭଦ୍ରକ – ଭଦ୍ରକ ପୌରପାଳିକା ଅଧୀନସ୍ଥ ୨ ନଂ ଓ୍ବାର୍ଡ ଚରµା ବରାଳପୋଖରୀରେ ଭୟାବହ ଅଗ୍ନିକାଣ୍ଡ ଘଟି ପୂର୍ବତନ କାଉନ୍ସିଲର ବିଜୟ ପ୍ରଧାନଙ୍କ ୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପି ନଷ୍ଟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ବିଦୁ୍ୟତ୍ ସର୍ଟ ସର୍କିଟ୍ େଯାଗୁଁ ବରାଳପୋଖରୀ ଗ୍ରାମନିବାସୀ ପୂର୍ବତନ କାଉନ୍ସିଲର ବିଜୟ ପ୍ରଧାନଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ଏଭଳି ଭୟଙ୍କର ଥିଲା େଯ ଦମକଳ ବାହିନୀ ଆସି ନିଆଁକୁ ଆୟ କରିଥିଲେ ମଧ୍ଯ ସେ ସର୍ବସ୍ବାନ୍ତ ହୋଇସାରିଥିଲେ। ଏହି ଅଗ୍ନିକାଣ୍ଡରେ ତାଙ୍କର ୬ ବଖରା ଘର ସମେତ ସମସ୍ତ ଆସବାବ ପତ୍ର, ଟଙ୍କା, ଧାନ, ଚାଉଳ, ଲୁଗାପଟା ଓ ସୁନାଗହଣା ପୋଡି ପାଉଁଶ ହୋଇଛି।