
ବାରିପଦା – ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗ ତତ୍ୱାବଧାନରେ ଜିଲ୍ଲା ସଦର ମହକୁମା ବାରିପଦା ସହିଦ୍ ସ୍ମୃତି ଭବନ ପରିସରରେ ଚଳିତ ନଭେମ୍ବର୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭ ଉଦ୍ଘାଟନ କରିବା ସହ କଳା ସଂସ୍କୃତି ସମ୍ପନ୍ନ ମୟୂରଭଞ୍ଜ ଜିଲ୍ଲାର ଲୋକ ସଙ୍ଗୀତ ଓ ଲୋକନୃତ୍ୟ ବାଦ୍ୟଯନ୍ତ୍ର କଳା ସଂସ୍କୃତିର ଗୌରବ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି । ଏଥିସହିତ ଯୁବ ପ୍ରତିଭାର ବିକାଶ ତଥା ସର୍ବୋପରି କଳା ସଂସ୍କୃତି ଐତିହ୍ୟ ସମ୍ଭାରକୁ ଓଡ଼ିଶା ଜାତୀୟ, ଆନ୍ତର୍ଜାତୀୟସ୍ତରରେ ପ୍ରତିପାଦନ କରାଇବା ଆଭିମୁଖ୍ୟ ନେଇ ପ୍ରତିବର୍ଷ ଆୟୋଜିତ କରିଆସୁଛି ଯୁବ ମହୋତ୍ସବ । ଏହା ଯୁବକମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଅନ୍ୱେଷଣ କରିବାର ଏକ ପ୍ଲାଟଫର୍ମ ହୋଇଥିବାରୁ ଯୁବକମାନେ ନିଜର କଳା ପ୍ରତିଭାକୁ ପ୍ରଦର୍ଶନ କରାଇ ନିଜ ମାଟି ଓ ଜାତିକୁ ଗୌରବାମଣ୍ଡିତ କରାଇବା ନିମନ୍ତେ ଆହ୍ୱାନ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ସୁଜୟ କୁମାର ପତି ଯୋଗ ଦେଇ ଯୁବଶକ୍ତିର ପ୍ରତୀକ ସ୍ୱାମୀ ବିବେକାନନ୍ଦଙ୍କ ଯୁବ ସୁଲଭ ପ୍ରତିଭାର ମାର୍ଗ ଦର୍ଶନକୁ ନିଜ ଜୀବନରେ ପ୍ରତିଫଳିତ ଦିଗରେ ଆଗେଇ ଯିବାକୁ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ଯୋଗ ଦେଇଥିବାବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଭୋଜରାଜ ମହାପାତ୍ର ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ସୂଚନା ପ୍ରଦାନ ପୂର୍ବକ ଜିଲ୍ଲା ଯୁବ ଉତ୍ସବ ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅବସରପ୍ରାପ୍ତ କ୍ରୀଡାବୀତ୍ କୁମାର ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଦୁଇଦିନ ଧରି ଅନୁଷ୍ଠିତ ଏହି ଜିଲ୍ଲା ଉତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳର ସାଂସ୍କୃତିକ ଅନୁଷ୍ଠାନର ୧୩ ରୁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟ ୭୦୦ରୁ ଉଦ୍ଧ୍ୱର୍ ଯୁବକଳାକାର ପ୍ରତିଭାମାନେ ଅଂଶଗ୍ରହଣ କରୁଥିବାବେଳେ ଉଦଘାଟନୀ ଉତ୍ସବରେ ୪୦୦ରୁ ଉଦ୍ଧ୍ୱର୍ କଳାକାର ଯୋଗ ଦେଇ ଓଡଶୀ, ଲୋକସଂଗୀତ, ଶାସ୍ତ୍ରୀୟ ସଂଗୀତ, ବାଦ୍ୟଯନ୍ତ୍ର, ସୀତାର, ବଂଶି, ତବଲା, ବୀଣା ମୃଦଙ୍ଗ, ହାରମାନିୟନ, ଗିଟାର ଏବଂ ବାଗମିତା ଆଦି ସ୍ତରରେ ଦଳଗତ ଓ ଏକକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ୨୦ ତାରିଖରେ ପ୍ରାୟ ୩୦୦ ରୁ ଉଦ୍ଧ ଯୁବ କଳାକାର ଲୋକନୃତ୍ୟ ଏବଂ ୱାନ୍ଆକ୍ଟପ୍ଲେ ନୃତ୍ୟ ପରିବେଷଣ କରିଥିଲେ । ସୂଚନା ଯୋଗ୍ୟ କି ଅନୁଷ୍ଠିତ ଏହି ଦୁଇଦିନିଆ ଯୁବଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ପ୍ରତିଭାବାନ ଯୁବ କଳାକାରମାନଙ୍କୁ ରାଜ୍ୟସ୍ତରୀୟ ଉତ୍ସବରେ ଅଂଶ ଗ୍ରହଣ କରିବା ପାଇଁ ଜିଲ୍ଲାରୁ ମନୋନୀତ କରାଯିବ ।