ପୁରୀ – ପୁରୀ, ସତ୍ୟବାଦୀ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଜୋନର ଠିକାଦାରମାନେ ବୁଧବାର ଦିନ ଜଳସେଚନ ବିଭାଗ ମଙ୍ଗଳାମନ୍ଦିରଠାରେ ମିଳିତ ହୋଇ ସେମାନଙ୍କର ୧୦ଦଫା ଦାବି ସଂପର୍କରେ ଆସନ୍ତା ୨୫ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ପାଇଁ ନିଷ୍ପତି କରିଛନ୍ତି । ଏହି ବୈଠକରେ ୨ଶହରୁ ଊଦ୍ଧ୍ୱର୍ ଠିକାଦାର ଯୋଗଦେଇଥିଲେ । ୧୦ଦଫା ଦାବି ମଧ୍ୟରେ ଲଘୁଜାତ ଖଣିଜ ପଦାର୍ଥର କିଣାମୂଲ୍ୟ, ରୟାଲିଟ ନେଇ ସରକାରଙ୍କ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଏହାସହ ଟେଣ୍ଡର ପ୍ରକ୍ରିୟାରେ ୧୪.୯୯ପ୍ରତିଶତ କମକୁ ଉଚ୍ଛେଦ କରିବା, କେନ୍ଦ୍ର ସରକାରଙ୍କ ଡାଟାବୁକ୍ ରାଜ୍ୟରେ ପ୍ରଚଳନ କରିବା,୨୦୧୪ ସର୍କୁଲେଟର ପୁନଃପ୍ରଚଳନ, ଶ୍ରମିକ ମଜୁରୀ ନିର୍ଦ୍ଧାରଣ, ସଂଚୟ ପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ ଆଦି ଦାବି ରହିଛି । ଏହି ବୈଠକରେ ପୁରୀ ସତ୍ୟବାଦୀ ଜୋନର ସଭାପତି ସୁବ୍ରତ କୁମାର ମହାନ୍ତି, ସଂପାଦକ ଲୋକନାଥ ପଣ୍ଡା, ସହ ସଂପାଦକ ଅଜିତ କୁମାର ନନ୍ଦ ଓ ବିଶ୍ୱଜିତ ଛୋଟରାୟ, ଉପସଭାପତି ଅଶୋକ କୁମାର ମିଶ୍ର, ପ୍ରଶାନ୍ତ କୁମାର ପାତ୍ର, ଅଶୋକ କୁମାର ମହାନ୍ତି, ବିଭୁପ୍ରସାଦ ପ୍ରଧାନ ଓ ବ୍ରହ୍ମଗିରି ଜୋନର ସଭାପତି ଗଙ୍ଗାଧର ପ୍ରଧାନ, ସମ୍ପାଦକ ରଜନୀକାନ୍ତ ପରିଡା, କୃଷ୍ଣପ୍ରସାଦ ଜୋନର ସଭାପତି ଅଶୋକ କୁମାର ତରାଇ ଓ ସଂପାଦକ ପ୍ରମୁଖ ଯୋଗଦେଇ ଶହ ଶହ ସଂଖ୍ୟାରେ ଠିକାଦାରମାନେ ରାଜଧାନୀକୁ ଯିବେବୋଲି ପୁରୀଜୋନର ମିଡିଆ ସଂଯୋଜକ ଅସିତ୍ କୁମାର ମେକାପ ସୂଚନା ଦେଇଛନ୍ତି ।
Related Stories
December 2, 2024