
ବାରିପଦା – ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲା ସିନିୟର ପୁରୁଷ ଓ ମହିଳା ଭଲିବଲ୍ ଚୟନ ଶିବିର ଚଳିତ ନଭେମ୍ବର ୧୩ ବୁଧବାର ବାରିପଦା କଲେଜ ପଡ଼ିଆରେ ଆୟୋଜିତ ହେବ । ଉକ୍ତ ଚୟନ ଶିବିରରେ ଅଂଶ ଗ୍ରହଣ କରିବା ନିମନ୍ତେ ଆଗ୍ରହୀ ଥିବା ମହିଳା ଓ ପୁରୁଷ ଭଲିବଲ୍ ଖେଳାଳୀମାନେ ନଭେମ୍ବର ୧୩ ପୂର୍ବାହ୍ନ ୯ଟା ସମୟରେ ବାରିପଦା ଷ୍ଟାଡ଼ିୟମ ଆସୋସିଏସନ କାର୍ଯ୍ୟାଳୟରେ ନିଜ ନିଜର ନାମ ପଞ୍ଜିକରଣ କରାଇ ନେବା ନିମନ୍ତେ ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନର ସମ୍ପାଦକ କିଶୋର ବିଶ୍ୱାଳ ସୂଚନା ଦେଇଛନ୍ତି । ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଚୟନ ଶିବିର ମାଧ୍ୟମରେ ଜିଲ୍ଲାର ସିନିୟର ପୁରୁଷ ଓ ମହିଳା ଟିମ୍ ନିମନ୍ତେ ୧୨ ଜଣ ପ୍ରତିଭା ସମ୍ପନ୍ନ ଦକ୍ଷ ଖେଳାଳୀ ଚୟନ କରାଯିବ । ଏହି ଟିମ୍ ଚଳିତ ନଭେମ୍ବର ୨୩ରୁ ୨୬ ପର୍ଯ୍ୟନ୍ତ ପାରାଦ୍ୱୀପଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ଭଲିବଲ ଟୁର୍ଣ୍ଣାମେଂଟରେ ମୟୂରଭଞ୍ଜ ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ୱ କରିବେ ବୋଲି ସମ୍ପାଦକ ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।