
ଭଦ୍ରକ – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ଛତାବର-ବଳିଘାଇ ପୂର୍ ରାସ୍ତା ମଂଜୁରୀ ଗ୍ରାମ ଉପକଣ୍ଠସ୍ଥ ଏକ କୁକୁଡା ଫାର୍ମ ନିକଟରେ ପୁଣି ଥରେ କଳା ପଲସର ଲୁଟେରା ଜଣେ ବିବାହିତା ମହିଳାଙ୍କ ବେକରୁ ୧୪ ଗ୍ରାମ ଓଜନର ସୁନାଚେନ୍ ଲୁଟି ନେଇଛନ୍ତି। ଏହି ଘଟଣା ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ସ୍ଥାନୀୟ ବନସ୍ତା ଗ୍ରାମର ପୀତବାସ ଖୁିଆ ନିଜର ପତ୍ନୀ ଶକୁନ୍ତଳା ଶିଶୁପୁତ୍ର ସହ ବାଇକରେ ବସି ନିଜ ଶ୍ବଶୁରଘର ଅଙ୍ଗାରଗଡିଆରୁ ଫେରୁଥିଲେ। ମାତ୍ର ତାଙ୍କୁ ଏକ କଳା ପଲସରରେ ଲୁଟେରାମାନେ ପିଛା କରିଥିଲେ। ପରେ ମଂଜୁରୀ ଗ୍ରାମ ଉପକଣ୍ଠରେ ଥିବା କୁକୁଡା ଫାର୍ମ ନିକଟରେ ସଂପୃକ୍ତ ନମ୍ବର ବିହୀନ କଳା ପଲସରରେ ଆସୁଥିବା ୨ ଲୁଟେରା ପ୍ରଥମେ ଶକୁନ୍ତଳାଙ୍କ ମୁଣ୍ଡରୁ ଶାଢୀ ଖସାଇଦେଇ ବେକରୁ ସୁନାଚେନ୍ ଝାµି ପର୍ବତୀ ଆଡକୁ ଅତି ଦ୍ରୁତି ବେଗରେ ପଳାଇଥିଲେ। ପଲସର ଚାଳକ ଜଣକ ହେଲମେଟ୍ ପିନ୍ଧିଥିବାବେଳେ ପଛରେ ବସିଥିବା ଲୁଟେରା ମୁହଁରେ ରୁମାଲ ଗୁଡାଇଥିଲା ବୋଲି ଲୁଟ୍ର ସମ୍ମୁଖୀନ ହୋଇଥିବା ପୀତବାସ ଓ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।