
ଭୁବନେଶ୍ୱର – ଜମ୍ମୁ ଓ କଶ୍ମୀର ରାଜ୍ୟପାଳ ଶ୍ରୀ ସତ୍ୟ ପାଲ ମଲିକଙ୍କୁ ବଦଳି କରାଯାଇ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଶ୍ରୀ ପି.ଏସ. ଶ୍ରୀଧରନ ପିଲ୍ଲାଇଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ଦେବା ସହ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ରାଧାକୃଷ୍ଣ ମାଥୁରଙ୍କୁ ଲଦାଖ ଉପରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି ।
ଉପରୋକ୍ତ ପଦବୀଧାରୀମାନେ ସେମାନଙ୍କ ପଦବୀରେ ଦାୟିତ୍ୱ ଗ୍ରହଣ କରିବା ତାରିଖ ଠାରୁ ନିଯୁକ୍ତିର କାର୍ଯ୍ୟକାଳ ଆରମ୍ଭ ହେବ ।