ଗୟା – ଗାନ୍ଧୀ ସଂକଳ୍ପ ଯାତ୍ରାକୁ ଜାରୀ ରଖି ବିଜେପି ନେତା ଓ ରାଜ୍ୟସଭା ସାଂସଦ ଆରକେ ସିହ୍ନା କହିଛନ୍ତି ଯେ ଦେଶର ଜନସାଧାରଣ ମହାତ୍ମା ଗାନ୍ଧୀଙ୍କ ବିଚାରକୁ ଶୁଣିବା, ଜାଣିବା ଓ ବୁଝିବାକୁ ଚାହୁଁଛି, ଏହା ହେଉଛି ସୁଖଦ ବିଷୟ । ଗାନ୍ଧୀଙ୍କ ବିଚାରଧାରା ଜରିଆରେ ହିଁ ଦେଶରେ ସୁରାଜ ଆସିବ ବୋଲି ଶ୍ରୀ ସିହ୍ନା କହିଛନ୍ତିା
ବିିହାରର ବିଭିନ୍ନ ସ୍ଥାନରେ ଗାନ୍ଧୀ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରି ଶ୍ରୀ ସିହ୍ନା କହିଛନ୍ତି ଯେ ଦେଶ ସ୍ୱାଧୀନ ହେବା ପରେ ଗାନ୍ଧୀ ବାଦ ରାସ୍ତାରେ ଦେଶ ଅଗ୍ରସର ହୋଇଥାନ୍ତା ତେବେ ଭାରତରେ ବାପୂଙ୍କ ରାମରାଜ୍ୟ ଆସି ସାରିଥାନ୍ତା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଏହା ହେଲା ନାହିଁ । କଂଗ୍ରେସର ନେତା ମାନେ ନିଜକୁ ବାପୁଙ୍କ ନାମରେ ନାଟକ ଖୁବ କଲେ, ଏପରିକି ଗାନ୍ଧୀଙ୍କର ନାମକୁ ମଧ୍ୟ ଚୋରାଇ ନିଜ ନାମରେ ଯୋଡି ନେଲେ ହେଲେ ମହାତ୍ମାଙ୍କ ରାମରାଜ୍ୟର ସୂତ୍ରରେ କାମ କରି ନ ଥିଲେ ।
ଏହି ଯାତ୍ରା ବେଳେ ଏକ ବିଶେଷ ସାକ୍ଷାତକାରରେ ଶ୍ରୀ ସିହ୍ନା କହିଛନ୍ତି ଯେ ୨୦୧୪ରେ ଯେତେବେଳେ ନରେନ୍ଦ୍ର ମୋଦିଙ୍କର ସରକାର ହେଲା ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପ ନେଲେ ଯେ ସେ ବାପୂଙ୍କ ଅଧୁରା ସଂକଳ୍ପକୁ ପୂରା କରିବେ । ବାପୁଙ୍କ ସ୍ୱପ୍ନର ଯୋଜନା ଗୁଡିକର କ୍ରିୟାନ୍ୱୟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରି ଦେଲେ ।
ଶ୍ରୀ ସିହ୍ନା ଏହି ଯାତ୍ରା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ କରିଛନ୍ତି । ବର୍ତମାନ ଯାଏ ଦୁଇଟି ପର୍ଯ୍ୟାୟରେ ଚମ୍ପାରଣ, ବେତିଆ, ମୁଜାଫରପୁର, ନାଳନ୍ଦା, ମୁଙ୍ଗେର, ଜମୁଇ, ଶେଖପୁରା ଆଦି ଦେଇ ଯାତ୍ରା କରି ସାରିଛନ୍ତି । ତାଙ୍କର ଏହି ଯାତ୍ରା ଆଗାମୀ ଜାନୁଆରୀ ମାସ ୩୦ ତାରିଖ ଦିନ ପୂର୍ଣ ହେବ ।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ନିଜର ସଂକଳ୍ପ ଯାତ୍ରାର ଉଦେ୍ଧଶ୍ୟ ସ୍ଥିର କରି ଦେଇଥିଲେ ଯେ ଏହି ଯାତ୍ରାରେ ବାପୁଙ୍କ ଆଦର୍ଶ ବିଷୟରେ ଜନସାଧାରଣଙ୍କ ସହ ଆଲୋଚନା କରିବା । ଶ୍ରୀ ସିହ୍ନା କହିଛନ୍ତି ଯେ ନିଜର ଚାରି ମାସର ଯାତ୍ରାର ଟ୍ୟାଗଲାଇନର ନାମ ସେ ବାପୁଙ୍କ ରାମ ରାଜ୍ୟ ଓ ମୋଦିଙ୍କ ସୁରାଜ ଦେଇଛନ୍ତି । ଏହି ଯାତ୍ରାର ସାମାଜିକ ଉଦେ୍ଧଶ୍ୟ ସାମାଜିକ ପରିବର୍ତନ, ସାଂପ୍ରଦାୟିକ ସଦଭାବ, ସମାଜରେ ସମାନତାର ବାର୍ତା ବିନା କୌଣସି ଜାତୀୟ, ଧାର୍ମିକ ଓ ରାଜନୈତିକ ଭେଦଭାବରେ ପହଂଚାଇବା ରହିଛି । ଏଥିରେ କୌଣସି ପ୍ରକାର ରାଜନୀତି ନାହିଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଯେତେବେଳେ ସେ ଗାନ୍ଧୀଙ୍କ ବିଚାର ଓ ରାମରାଜ୍ୟର କଥା କହୁଛି ସେତେବେଳେ ଶ୍ରୋତା ମାନଙ୍କ ମଧ୍ୟରେ ଏହାର ଖୁବ ପ୍ରଭାବ ପଡୁଛି । ମୁଁ ଏହାକୁ ନେଇ ଆଶ୍ଚର୍ଯ୍ୟ ହେଉଛି ଯେ ପୂର୍ବବର୍ତୀ ସରକାର ମାନେ ଏହା ଉପରେ କାହିଁକି କାମ କଲେ ନାହିଁ ।
Related Stories
November 5, 2024