■ ଭୁବନେଶ୍ୱର ଓ ବ୍ରହ୍ମପୁର ମଧ୍ୟରେ ଭୁବନେଶ୍ୱର-ରାମେଶ୍ୱରମ ଏକ୍ସପ୍ରେସରେ
■ ପୁରୀ ଓ ବ୍ରହ୍ମପୁର ମଧ୍ୟରେ ପୁରୀ-ଅହମଦାବାଦ ଏକ୍ସପ୍ରେସରେ
■ ବ୍ରହ୍ମପୁର ଓ ପୁରୀ ମଧ୍ୟରେ ତିରୁପତି-ପୁରୀ ଏକ୍ସପ୍ରେସରେ
ସ୍ୱଳ୍ପ ଦୂରଗାମୀ ଯାତ୍ରା ପାଇଁ ଯାତ୍ରୀ ମାନଙ୍କୁ ଅଣସଂରକ୍ଷିତ ସ୍ଲିପର କ୍ଲାସ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ଆହୁରି ୩ଟି ଟ୍ରେନ ରେ ଏହି ସୁବିଧା ପ୍ରଦାନ କରିଛି I ସ୍ବଳ୍ପଦୂରାଗାମୀ ଯାତ୍ରୀମାନେ ଆସନ୍ତା ଫେବୃୟାରୀ ମାସ ଶେଷ ଓ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସାଧାରଣ ଦ୍ଵିତୀୟ ଶ୍ରେଣୀ ଠାରୁ ମାତ୍ର ଅଳ୍ପ କିଛି ଅଧିକ ଦେୟ ଦେଇ ଆହୁରି ୩ଟି ଟ୍ରେନ ରେ ଅଣସଂରକ୍ଷିତ ସ୍ଲିପର କ୍ଲାସ ଯାତ୍ରା ସୁବିଧା ପାଇପାରିବେ I ଏହି ଟ୍ରେନ ଗୁଡିକ ହେଲା ୧୮୪୯୬ ଭୁବନେଶ୍ୱର-ରେମେଶ୍ଵରମ ଏକ୍ସପ୍ରେସ (ମାର୍ଚ୍ଚ ୬ ତାରିଖ ଠାରୁ ଭୁବନେଶ୍ୱର ଓ ବ୍ରହ୍ମପୁର ମଧ୍ୟରେ), ୧୮୪୦୧ ପୁରୀ-ଅହମଦାବାଦ ଏକ୍ସପ୍ରେସ୍ରେ (ଫେବୃୟାରୀ ମାସ ୨୩ ତାରିଖ ଠାରୁ ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏବଂ ୧୭୪୮୦ ତିରୁପତି-ପୁରୀ ଏକ୍ସପ୍ରେସ ( ଫେବୃୟାରୀ ମାସ ୧୮ ତାରିଖ ଠାରୁ ବ୍ରହ୍ମପୁର ଓ ପୁରୀ ମଧ୍ୟରେ) I ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କଠାରୁ ଏହି ସବୁ ଟ୍ରେନ ମାନଙ୍କ ପାଇଁ ଅଣସଂରକ୍ଷିତ ଟିକେଟ କାଉଣ୍ଟରରୁ ଅଣସଂରକ୍ଷିତ ସ୍ଲିପର କ୍ଲାସ ଟିକେଟ କ୍ରୟକରି ସ୍ୱଳ୍ପ ଦୂରଗାମୀ ଯାତ୍ରା ପାଇଁ ସ୍ଥିରୀକୃତ ଏସ-୬ ସ୍ଲିପର କ୍ଲାସରେ ଯାତ୍ରା ସୁବିଧା ପାଇପାରିବେ I ଟ୍ରେନ ଯାତ୍ରୀମାନେ ଯେଉଁମାନେ ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ ମାନଙ୍କରେ ଯାତ୍ରୀ ଭିଡ଼ ଯୋଗୁଁ ଅସୁବିଧାର ସମ୍ମୁଖିନ ହେଉଥିଲେ କିମ୍ବା ଯାତ୍ରୀ ଭିଡ ଯୋଗୁଁ ଅନଧିକୃତ ଭାବେ ସ୍ଲିପର କ୍ଲାସ ରେ ଯାତ୍ରା କରୁଥିଲେ ସେମାନେ ସାଧାରଣ ଦ୍ଵିତୀୟ ଶ୍ରେଣୀ ଭଡା ଠାରୁ ଅଳ୍ପ କିଛି ଅଧିକ ଦେୟ ଦେଇ ସ୍ଲିପର କ୍ଲାସ ରେ ସ୍ବଳ୍ପଦୂରତା ପାଇଁ ଯାତ୍ରା କରିପାରିବେ I ପୂର୍ବରୁ ସାଧାରଣ ଦ୍ଵିତୀୟ ଶ୍ରେଣୀ ଟିକେଟ କ୍ରୟ କରି ଯାତ୍ରୀ ଭିଡ଼ ଯୋଗୁଁ ସ୍ଲିପର କ୍ଲାସ ରେ ଅନଧିକୃତ ଭାବେ ଯାତ୍ରା କରୁଥିବାରୁ ଜୋରିମାନା ଦେବାକୁ ପଡୁଥିଲା I ଏହି ସମସ୍ୟାକୁ ଦୂରକରିବାକୁ ଯାଇ ସ୍ୱଳ୍ପ ଦୂରଗାମୀ ଯାତ୍ରୀ ମାନଙ୍କୁ ଏହି ସବୁ ଟ୍ରେନ ମାନଙ୍କରେ ଅଣସଂରକ୍ଷିତ ସ୍ଲିପର କ୍ଲାସ ଯାତ୍ରା ପ୍ରଦାନ କରିବାକୁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଅଛି I ପୂର୍ବରୁ ପୂର୍ବତଟ ରେଳପଥ ୨୦୧୧-୧୨ ମସିହାରେ କୋଣାର୍କ ଏକ୍ସପ୍ରେସ ଟ୍ରେନ ରେ ଏହି ସୁବିଧା ପରୀକ୍ଷାମୂଳକ ଭାବେ ଆରମ୍ଭ କରିଥିଲା I ଏହାର ସଫଳତାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କର ଚାହିଦାକୁ ନଜର ଦେଇ ପୂର୍ବତଟ ରେଳପଥ ୨୦୧୪ ମସିହା ଠାରୁ ବିଶାଖା ଏକ୍ସପ୍ରେସ ରେ ଭୁବନେଶ୍ୱର ଓ ପଲାସା ମଧ୍ୟରେ ଏହି ସୁବିଧା ପ୍ରଦାନ କରିଆସୁଅଛି I ବର୍ତ୍ତମାନ ସୁଦ୍ଧା ପୂର୍ବତଟ ରେଳପଥ ପକ୍ଷରୁ ୭ ଟି ଟ୍ରେନ ରେ ଅଣସଂରକ୍ଷିତ ସ୍ଲିପର କ୍ଲାସ ସୁବିଧା ପ୍ରଦାନ କରାଯାଉଥିଲା I ଏହି ଟ୍ରେନ ଗୁଡିକ ହେଲା ଭୁବନେଶ୍ୱର ରୁ ବ୍ରହ୍ମପୁର ମଧ୍ୟରେ ୧୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ରେ, ଭୁବନେଶ୍ୱର ରୁ ବିଶାଖାପାଟଣା ମଧ୍ୟରେ ୧୭୦୧୫/୧୭୦୧୬ ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ରେ, ବ୍ରହ୍ମପୁର ରୁ ଭୁବନେଶ୍ୱର ମଧ୍ୟରେ ୧୮୪୬୪ ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ରେ, ୧୭୨୪୪ ରାୟଗଡା ଓ ବିଶାଖାପାଟଣା ମଧ୍ୟରେ ରାୟଗଡା-ବିଜୟୱାଡା ଏକ୍ସପ୍ରେସ ରେ ଏବଂ ୧୨୮୦୭/୧୨୮୦୮ ବିଶାଖାପାଟଣା-ରାୟଗଡା-ବିଶାଖାପାଟଣା ସମତା ଏକ୍ସପ୍ରେସ ରେ ଉଭୟ ଦିଗରୁ ବିଶାଖାପାଟଣା ଓ ରାୟଗଡା ମଧ୍ୟରେ ଏହି ସେବା ଉପଲବ୍ଧ ଅଛି I ଭୁବନେଶ୍ୱର-ରାମେଶ୍ୱରମ, ପୁରୀ-ଅହମଦାବାଦ ଓ ତିରୁପତି-ପୁରୀ ଏକ୍ସପ୍ରେସ ମାନଙ୍କରେ ଏହି ସେବା ଉପଲବ୍ଧ ହେବା ପରେ ପୂର୍ବତଟ ରେଳପଥ ମଧ୍ୟରେ ସମୁଦାୟ ୧୦ ଟି ଟ୍ରେନ ରେ ସ୍ୱଳ୍ପ ଦୂର ଟ୍ରେନ ଯାତ୍ରା ପାଇଁ ଅଣସଂରକ୍ଷିତ ସ୍ଲିପର କ୍ଲାସ ସେବା ପ୍ରଦାନ କରାଯିବ I
କାର୍ତିକ ପୂର୍ଣ୍ଣିମା ଯାତ୍ରୀ ଭିଡ଼ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ I
ଆସନ୍ତାକାଲି କାର୍ତିକ ପୂର୍ଣ୍ଣିମା ଅବସରରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ I ପୁରୀ ଠାରୁ ପଲାସା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ I ଏହି ଟ୍ରେନ ପୁରୀରୁ ଅପରାହ୍ନ ୨ ଘଟିକାରେ ଛାଡି ପଲାସା ଅଭିମୁଖେ ଯାତ୍ରା କରିବ I ସେହି ଭଳି ୫୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର କୁ ଆସନ୍ତାକାଲି ପାଇଁ ନୟାଗଡ଼ ଟାଉନ କୁ ସମ୍ପ୍ରସାରିତ କରାଯିବ ଏବଂ ଏହା ଖୋର୍ଦ୍ଧା ରୋଡ଼ ଓ ନୟାଗଡ଼ ଟାଉନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଭାବେ ଚଳାଚଳ କରିବ I