
ସୋରଡା : ଘରବାରି ପଟା ଦେବାକୁ ଆଦିବାସୀ ମହିଳାଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ଗଞ୍ଜାମ ଜିଲ୍ଲା ସୋରଡା ତହସିଲର ଅସୁରବନ୍ଧ ରାଜସ୍ୱ ନିରକକ୍ଷ ବସନ୍ତ କୁମାର ମଲ୍ଲିକ। ଅଭିଯୋଗକାରୀ ଗାଜଲବାଡି ବାସୀନ୍ଧା ଦୁଃଖୀ ମଲ୍ଲିକଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବେ ବେଳେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ଅଧିକାରୀ ମାନେ ତାଙ୍କୁ ଗିରଫ କରିଛନ୍ତି। ଏନେଇ କେସ ନଂ ୨୩ ଅନୁସାରେ ଏକ ମାମଲା ରୁଜୁ ହେବା ସହ ବସନ୍ତଙ୍କ ଭଞ୍ଜନଗର ସ୍ଥିତ ବାସଭବନ ସମତେ ଏକକାଳୀନ ଦୁଇଟି ଜାଗର ଛାନଭିନ ଜାରି ରହିଛି। ମିଳିଥିବା ସୂଚନାନୁଯାୟୀ ଗତବର୍ଷ ତିତିଲି ବାତ୍ୟା ଓ ବନ୍ୟାରେ ଦୁଃଖୀ ମଲ୍ଲିକଙ୍କ ସ୍ୱାମୀ ନକୁଳ ମଲ୍ଲିକ ଭୁତପଙ୍କାଳ ନିକଟରେ ବନ୍ୟାଜଳରେ ଭାସିଯାଇ ପ୍ରାଣ ହରାଇଥିଲେ। ସରକାରଙ୍କ ପକ୍ଷରୁ ଦୁଃଖିଙ୍କୁ ୪ଲକ୍ଷ ଟଙ୍କା ସହାୟତା ମିଳିଥିବା ବେଳେ ସେଥିରୁ ୪୦ହଜାର ଟଙ୍କା ଦେବା ପାଇଁ ଆରଆଇ ବସନ୍ତ ମଲ୍ଲିକ ବାରମ୍ବାର ଦାବି କରିଥିଲେ କିନ୍ତୁ ଦୁଃଖୀ ଟଙ୍କା ଦେଇ ନଥିଲେ। କିଛି ଦିନ ପରେ ଦୁଃଖୀ ଘରବାରି ପଟ୍ଟା ପ୍ରଦାନ ପାଇଁ ତହସିଲଦାର କାର୍ଯ୍ୟଳୟରେ ଆବେଦନ କରିଥିଲେ। ତହସିଲଦାର ଅସୁରବନ୍ଧ ଆରଆଇ ବସନ୍ତଙ୍କୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପଟ୍ଟା କରିଦେବ ବାବଦରେ ବସନ୍ତ ପୁଣି ଦୁଃଖିଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ଦେବାକୁ ଚାପ ପକାଇଥିଲେ। ଏନେଇ ସେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନରେ ଏତଲା ଦେବା ପରେ ଅଧିକାରୀ ମାନେ ସନ୍ଧ୍ୟାରେ ଅସୁରବନ୍ଧ ଆସି ବସନ୍ତ ଟଙ୍କା ଲାଞ୍ଚ କରୁଥିବା ସମୟରେ ତାଙ୍କୁ ଗିରଫ କରଥିଲେ। ଏନେଇ ଭିଜିଲାନ୍ସ ଏସିପି ମାୟାଧର ସ୍ଵାଇଁ ସୂଚନା ଦେଇଛନ୍ତି।