
ଗଞ୍ଜାମ-ଗଞ୍ଜାମ ଜିଲ୍ଲାରେ ଆଜି ନୂଆ ୧୦୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲରେ ଭର୍ଭି କରାଯାଇଛି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩୪୫କୁ ବୃଦ୍ଧି ପାଇଛି ।
ସେହିପରି ଆଜି ଜିଲ୍ଲାରେ ଆଉ ତିନି ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମୃତକ ମାନଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ମୃତକ ପୁରୁଷ ଦ୍ୱୟଙ୍କ ମଧ୍ୟରୁ ଜଣକର ବୟସ ୫୬ ବର୍ଷ ଓ ଅନ୍ୟ ଜଣକର ୪୫ ବର୍ଷ । ମୃତ ମହିଳାଙ୍କ ୬୮ ବର୍ଷିୟ । ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୭ କୁ ବୃଦ୍ଧି ପାଇଛି ।