ଜୟପୁର – ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲ୍ଲିର ରାମଗଡ ଗ୍ରାମରେ ୭ ଦିନର ଶିଶୁପୁତ୍ରକୁ ଧରି ୪ କିମି ପାହାଡରେ ଚାଲି ଚାଲି ରେଳ ଲାଇନ ପାର ହୋଇ ଅଟୋରେ ଗଲେ ମହିଳାଙ୍କ ସହ ଗ୍ରାମ ଲୋକେ । ଜଣେ ୭ ଦିନ ଶିଶୁପୁତ୍ରର ପେଟ ଓ ତଳି ପେଟରେ ଫୋଟକା ହୋଇଥିବା ସହ ଶିଶୁପୁତ୍ରଟି କାନ୍ଦୁଥିବାରୁ ମେଡିକାଲ ଯିବା ପାଇଁ ଆଜି ରାମିଗଡ ପାହାଡ ଦେଇ ୪ କିମି ତଳକୁ ଓହ୍ଲାଇ ବାଲାପୁଟ ଠାରୁ ଅଟୋରେ କୁମୁଲିପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ । ମହିଳା ଙ୍କ ସହ ଗ୍ରାମଲୋକ ବି ସହାୟତାର ହାତ ବଢାଇଥିଲେ । ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ ତେଣୁ ଗ୍ରାମ ଲୋକମାନେ ଏହି ପାହାଡ ଦେଇ ଚାଲି ଚାଲି ଆସନ୍ତି । ଏହି ଘଟଣା କିଛି ନୁଆ କଥା ନଥିବା ବେଳେ ଗର୍ଭବତୀ ମହିଳାକୁ ମଧ୍ୟ ଭାର କରି ଆଣନ୍ତି । ଗ୍ରାମରେ ୬୦ ପରିବାର ରହୁଥିବାବେଳେ ଶନିବାର କୁମୁଲିପୁଟ ହାଟକୁ ଆସୁଥିବା ବେଳେ ଜୟପୁର ବି ଆସନ୍ତି । ଏହି ରାସ୍ତା ଦେଇ ଚାଲି ଚାଲି ଆସନ୍ତି । ଏପରି ସସମ୍ୟା ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲୁ ଏମିତି ଜିଲାପାଳଙ୍କୁ ମଧ୍ୟ ସସମ୍ୟା ଜଣାଇଲେ ମଧ୍ୟ ସମାଧାନ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
Related Stories
December 14, 2024