
ଭୁବନେଶ୍ୱର – ବ୍ରହ୍ମପୁର ଆଇଟିଆଇ କଲେଜରେ ଅସ୍ଥାୟୀ ଭାବେ ଚାଲିଥିବା ଆଇଜର ର ସ୍ଥାୟୀ କ୍ୟାମ୍ପସ୍ ର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ପୃକ୍ତ ସଂସ୍ଥାର ରେଜିଷ୍ଟ୍ରାର ଚିଠି ଲେଖି ଜଣାଇଛନ୍ତି । ଏହି ଚିଠି ମିଳିବା ପରେ ପୂର୍ତ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କୁ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଛନ୍ତି । ସ୍ଥାୟୀ କ୍ୟାମ୍ପସ୍ ରେ ରାସ୍ତା , ପାଣି ଓ ବିଜୁଳି ବ୍ୟବସ୍ଥା କରିବା ପାଇଁ ନିଦେ୍ର୍ଧଶରେ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଆଇଜରେ କ୍ୟାମ୍ପସ୍ ପାଇ ଭୂମି ପୂଜନ ପରେ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇନାହିଁ । ଏଥିପାଇଁ କନିସି ତହସିଲ ଅନ୍ତର୍ଗତ ଲଉଡି ଗ୍ରାମରେ ୨୦୦ ଏକର ଜମି ଯୋଗାଇ ଦିଆଯାଇଛି ।