ଭୁବନେଶ୍ୱର – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ଘଟିଥିବା ଗଣଦୁଷ୍କର୍ମ ଭିଡ଼ିଓ ଭାଇରାଲ ହେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲଳିତେନ୍ଦ୍ର ଶବରଙ୍କ ସହ ତାଙ୍କୁ ଯୋଡ଼ିବା ଦୁର୍ଭଗ୍ୟ ଜନକ ଏବଂ ନିନ୍ଦନୀୟ ବୋଲି କହିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି । ଏହି ଯେଉଁ ଅଭିଯୋଗ ହୋଇଛି ତାହା ମନ୍ଦ ଉଦେ୍ଧଶ୍ୟରେ କରାଯାଇଛି । ଏହି ଘଟଣାରେ ସେ ଆଦୌ ସମ୍ପୃକ୍ତ ନୁହଁନ୍ତି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଯେଉଁ ଅଭିଯୋଗ କରିଛନ୍ତି ତାହା ଭିତିହୀନ, କପୋଳ କଳ୍ପିତ ଏବଂ ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ । ଏହି ଘଟଣାରେ ପୋଲିସ ତାର ତଦନ୍ତ କରୁଛି । ଏଥିରେ କୌଣସି ରାଜନୈତିକ ହସ୍ତକ୍ଷେପ କରାଯାଉନାହିଁ । ପୋଲିସକୁ ତଦନ୍ତ କାର୍ଯ୍ୟ କରିବାକୁ ଦିଆଯାଉ । ଯେଉଁ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି କାହାରିକୁ ଛଡ଼ାଯିବାର ପ୍ରଶ୍ନ ଉଠୁନାହିଁ । ସେମାନଙ୍କ ବିରୁଦ୍ଧ ଆଇନଗତ ଦୃଢ଼ କାର୍ଯ୍ୟାନୁÂାନ ନିଆଯିବ । ଏହି ମିଥ୍ୟା ଅଭିଯୋଗରୁ ନିବୃତ ରହିବା ପାଇଁ କ୍ୟାପଟେନ ମିଶ୍ର ବିଜେପିକୁ ପରାମର୍ଶ ଦେଇଛନ୍ତି ।
Related Stories
December 2, 2024