
ବ୍ରହ୍ମପୁର:କରୋନା ଭଳି ମହାମାରୀ ପରିସ୍ଥିତିରେ ଓଡିଶା ସରକାରଂକ ସ୍ୱାସ୍ଥ୍ଯ ଉପଦେଷ୍ଟା କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥି ଭି. ଚନ୍ଦ୍ରଶେଖର ନାଇଡୁ। ୨୦୧୭ ମସିହା ମାର୍ଚ୍ଚ ମାସରୁ ରାଜ୍ଯ ସରକାର ପ୍ରଫେସର କେ . ଶ୍ରୀନାଥ ରେଡ୍ଡୀଙ୍କୁ କ୍ଯାବିନେଟ ମନ୍ତ୍ରୀ ପାହ୍ଯାରେ ନିଯୁକ୍ତି ଦେଇଥିଲେ। ସେତେବେଳେ ଏହି ନିଯୁକ୍ତିକୁ ନେଇ ରାଜ୍ଯ ସରକାର ବାହାବା ନେଇଥିଲେ। ତେବେ ବାସ୍ତବ ଆବଶ୍ଯକତା ବେଳେ ପ୍ରଫେସର ରେଡ୍ଡୀ କୁଆଡେ ଗଲେ ବୋଲି ଶ୍ରୀ ନାଇଡୁ ପ୍ରଶ୍ନ କରିଛନ୍ତି। ବାସ୍ତବରେ କୋଭିଡ ପରିଚାଳନା ନେଇ ରାଜ୍ଯ ସରକାରଙ୍କର ଦକ୍ଷତା ଉପରେ ଏବେ ପ୍ରଶ୍ନ ଉଠିଛି। ମହାମାରୀ ପରିଚାଳନାକୁ ରାଜ୍ଯ ସରକାର ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିଚାଳନା କରିବାକୁ ଚେଷ୍ଟା କରୁଛନ୍ତି। ମହାମାରୀ ନିୟନ୍ତ୍ରଣ ପାଇଁ ଅଭିଜ୍ଞ ଡାକ୍ତରୀ ଟିମ ଗଠନ କରି ଲୋକମାନଙ୍କୁ ଦୈନିକ ସ୍ୱାସ୍ଥ୍ଯ ସମ୍ୱନ୍ଧୀୟ ସୂଚନା ଦେବାକୁ ଶ୍ରୀ ନାଇଡୁ ଦାବୀ କରିଛନ୍ତି। ଲକଡାଉନ,ସଟଡାଉନ ଭଳି ବ୍ଯବସ୍ଥା ଲାଗୁକରି ସରକାର ସାଧାରଣ ଲୋକଙ୍କର ସଂବିଧାନ ପ୍ରଦତ୍ତ ମୌଳିକ ଅଧିକାର କ୍ଷୁର୍ଣ୍ଣ କରିଛନ୍ତି। ଏହା ବଦଳରେ ଲୋକମାନଙ୍କ ମଧ୍ଯରେ କିଭଳି ସଚେତନତା ସୃଷ୍ଚି ହୋଇପାରିବ ସେ ଦିଗରେ ଧ୍ଯାନ ଦେବା ଉଚିତ। ପ୍ରବାସୀ ଶ୍ରମିକ,କୃଷି ଶ୍ରମିକ,ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ପ୍ରଭୃତିଙ୍କ ଆର୍ଥିକ ଉନ୍ନତି କିଛି ପାଇଁ ଠୋସ ପଦକ୍ଷେପ ନେବାକୁ ମଧ୍ଯ ସେ ଦାବୀ କରିଛନ୍ତି। ଗୁଜୁରାଟ ଭଳି ରାଜ୍ଯକୁ କେନ୍ଦ୍ର ସରକାର ସବଭାରତୀୟସ୍ତରରୁ ଅଭିଜ୍ଞ ଡାକ୍ତରୀ ଟିମ ଓ ଆନୁଷଂଗିକ ବ୍ଯବସ୍ଥା କରିଥିବା ବେଳେ ଓଡିଶା ଭଳି ଅଧିକ ପ୍ରଭାବିତ ରାଜ୍ଯପ୍ରତି କାହିଁକି ପାତର ଅନ୍ତର ବୋଲି ଶ୍ରୀ ନାଇଡୁ ପ୍ରଶ୍ନ କରିଛନ୍ତି। ଏନେଇ ରାଜ୍ଯ ସରକାର କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ଯଏକ ପ୍ରସଂଗରେ ସେ କହିଛନ୍ତି NCRB ରିପୋଟ ଅନୁସାରେ
କରୋନା ମହାମାରୀ ସମୟରେ ଓଡିଶାରେ ଘରୋଇ ହିଂସା ବଢୁଛି। ଏହାସହ ବିରମିତ୍ରପୂର ଥାନାରେ ନାବାଳିକା ନିର୍ଯାତନା,ନବରଂଗପୁର ପୋଲିସ କ୍ଯାଣ୍ଚିନରେ ମହିଳା ନିର୍ଯାତନା ଓ ଆୟୁଷ ନିର୍ଦେଶକଙ୍କ ଦ୍ବାରା ଅଧସ୍ତନ କମଚାରୀଙ୍କୁ ନିର୍ଯାତନା ରାଜ୍ଯ ସରକାରଙ୍କ ପାରିବାପଣିଆ ଉପରି ବୃହତ୍ତ ପ୍ରଶ୍ନବାଚୀ ସୃଷ୍ଚି କରିଛି। ତେଣୁ ବତ୍ତମାନ ଭଳି ସମ୍ବେଦନଶୀଳ ସମୟରେ ନାରୀ ନିର୍ଯାତନା ରୋକିବାକୁ ମଧ୍ଯ ସରକାର ଧ୍ଯାନ ଦେବାକୁ ଶ୍ରୀ ନାଇଡୁ ଦାବୀ କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO