
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,କୱାରେଣ୍ଟିନ ନିୟମ ଉଲଂଘନ କରିଥିବାରୁ ପ୍ରବାସୀ ଓଡ଼ିଆଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ବାହାର ରାଜ୍ୟ ରୁ ଫେରି ଜଣେ ସ୍ଥାନୀୟ ଯୁବକ କୱାରେଣ୍ଟିନ ନିୟମ ଭାଙ୍ଗି ସହର ରେ ବୁଲୁ ଥିବା କାରଣ ରୁ ତାଙ୍କ ବିରୁଦ୍ଧ ରେ ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି I ଗତ ୫.୭ ୨୦୨୦ ରେ ତେଲେଙ୍ଗାନା ରାଜ୍ୟ ରୁ ସ୍ଥାନୀୟ କୁମ୍ଭାରପଡା ଅଂଚଳ ର ଜଣେ ଯୁବକ ନିର୍ବେନ୍ଦୁ କୁମାର ପଟ୍ଟନାୟକ ପୁରୀ ଫେରି ଥିଲେ ଏବଂ ସ୍ଥାନୀୟ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ପଂଜିକୃତ ହୋଇଥିଲେ I ପରେ ନିଜ ଘରେ ସଙ୍ଗରୋଧ ରେ ରହିବେ ଏବଂ ଘରୁ ବାହାରିବେ ନାହିଁ ବୋଲି ଲିଖିତ ଅଣ୍ଡରଟେକିଂ ଦେବାପରେ ତାଙ୍କୁ ନିଜ କୁମ୍ଭାରପଡ଼ା ସ୍ଥିତ ବାସସ୍ଥାନ ରେ ରହିବାକୁ ଅନୁମତି ଦିଆ ଯାଇଥିଲା I କିନ୍ତୁ ଯେତେବେଳେ ସେଠାର ୱାର୍ଡ ନୋଡାଲ ଅଫିସର (୨୨ ନମ୍ବର ୱାର୍ଡ ) ରବି ନାରାୟଣ ମହାପାତ୍ର ତାଙ୍କ ବାସଗୃହ କୁ ସଂଗରୋଧ sticker ମାରିବାକୁ ଗଲେ , ସେ ନିର୍ବେନ୍ଦୁ ପଟନାୟକ ଙ୍କୁ ତାଙ୍କ ଘରେ ପାଇ ନ ଥିଲେ I ସେ ଫୋନ ଯୋଗେ ତାଙ୍କ ସହ ଯୋଗାଯୋଗ କରି ତାଂକୁ ନିୟମ ଅନୁଯାଇ ନିଜ ଘରେ isolation ରେ ରହିବାକୁ ତାଗିଦ କରିଥିଲେ I କିନ୍ତୁ ନିର୍ବେନ୍ଦୁ ସମସ୍ତ ନିୟମ ଉଲ୍ଲଙ୍ଘନ କରି ତାଙ୍କ ସ୍କୁଟି ଓଡି-୧ ୩ – ନ- ୩୫୧୭ ରେ ସମୁଦ୍ରକୂଳ ଏବଂ ବଡଦାଣ୍ଡ ରେ ବୁଲିବା ଜଣା ପଡିଥିଲା I ନିର୍ବେନ୍ଦୁ ମଧ୍ୟ ନିଜ ବାହାରେ ବୁଲିବା ଫୋଟ ନିଜ ଫେସବୁକ ରେ ଛାଡିଥିଲେ I
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO