ସାନଖେମୁଣ୍ଡି – ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ଉତମ ସମନ୍ୱୟ ରକ୍ଷା କରି ପ୍ରଶାସନ ଉଭୟଙ୍କ ପାଇଁ ସେତୁ ଭଳି କାର୍ଯ୍ୟ କରି ଆସୁଛନ୍ତି ।ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଳକ ପୋଡାମାରି ଗ୍ରାମରେ ନିଜସ୍ୱ ଜାଗାରେ ସରକାରଙ୍କ ପାଠାଗାର ଗୃହ ଜୋର ଜବରଦସ୍ତ ନିର୍ମାଣ ଚାଲିଛି । ଅଦାଲତ ଆଦେଶ କୁ ଅବମାନନା କରିଛନ୍ତି ସ୍ଥାନୀୟ ସରପଞ୍ଚ । ଗୋଟିଏ ପରିବାରର ତାର ପୂର୍ବାପୁରୁଷ ଜାଗାକୁ ହଟାଇ ପାଠାଗାର ହେବା କେତେଦୂର ଯଥାର୍ଥ ।ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୪ମାସ ତଳେ ନିଜସ୍ୱ ଜାଗାକୁ ପରିବାର ଲୋକେ ଅଭିଯୋଗ କରି ଘଟଣା ସମ୍ପର୍କରେ ପାଟପୁର ଥାନା,ତହସିଲଦାର ସାନଖେମୁଣ୍ଡି, ପରେ ବ୍ଳକ ବିଡ଼ିଓ ଅବଗତ କରିଥିଲେ ।ଉକ୍ତ ଜାଗାରେ ନିର୍ଭୟ ସହ ମାନମ୍ମୁଖୀ ଇଟା ବାଡ କାର୍ଯ୍ୟକ୍ରମ କରି କରାଯାଇଥିଲା । ପ୍ରଶାସନ ନ ଶୁଣିବା ପରେ ପରିବାର ଏ ନେଇ ସିଭିଲ କୋର୍ଟ ଦିଗପହଣ୍ଡି ଦ୍ୱାରସ୍ଥ ହୋଇଥିଲେ । ସେଠାରେ ଏକ ପିଟିସନ ଦାୟର କରିଥିଲେ ।
ଆବେଦନ କରି ମାନେ ହେଲେ ନାରାୟଣ ପଣ୍ଡା , ହରୀକୃଷ୍ଣ ପଣ୍ଡା,ସନ୍ତୋଷ କୁମାର ପଣ୍ଡା ଏମାନଙ୍କ ପିତା ସ୍ବର୍ଗତ କନ୍ତାରୁ ପଣ୍ଡା ସମସ୍ତେ ଜାନୁଆରୀ ମାସ ୦୯ତାରିଖ ରେ ଦିଗପହଣ୍ଡି ସିଭିଲ ଅଦାଲତର ଦ୍ୱାରସ୍ଥ ନହୋଇଥିଲେ ।ପରବର୍ତ୍ତୀ ସମୟରେ କୋର୍ଟ ଜାଗାରେ ନିର୍ମାଣ ହେଉଥିବା କାର୍ଯ୍ୟ କୁ ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ହୋଇ ରହିଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ପୋଡାମାରି ଗ୍ରାମର ଏହି ବ୍ୟକ୍ତିବିଶେଷଙ୍କ ନିଜସ୍ୱ ପିତୃଅର୍ଜିତ ଜାଗା ଖଣ୍ଡେ ରହିଛି । ଏହି ବାସ ଉପଯୋଗୀ ପ୍ଲଟ ନଂ ୨୬୬୪,୨୬୬୫ ଦୁଇଟି ଜାଗର ମୋଟ ଏରିଆ ୦.୧୩୦ ଡେ ସି ମି ।ଜାଗାର ସମସ୍ତ କାଗଜପତ୍ର ଆଧାର କରି କୋର୍ଟ ୨୮/୦୧/୨୦୨୦ରେ କାର୍ଯ୍ୟ କୁ ବନ୍ଦ କରବା ପାଇଁ ଆଦେଶ ଦେଇଥିବା ଜଣାଯାଇଛି । ।ସରପଞ୍ଚ ଉକ୍ତ ଜାଗାଟିକୁ ଚିହ୍ନଟ କରି ପ୍ରଶାସନକୁ ପାଠାଗାର ଘର ନିର୍ମାଣ କାର୍ଯ୍ୟକରିବା ପାଇଁ ଅନୁମତି ଆଣିଥିଲେ । ଯେତେବେଳେ ଅଦାଲତ ରେ କେଶ ଦାୟର ହୋଇଥିଲା ସେତେବେଳେ ଜୋର ଜବରଦସ୍ତ ଅଧା ବାଡ ହୋଇଯାଇଥିଲା । ଏବେ ମାହାମାରୀ କରୋନା ସଂକ୍ରମଣର ବୃଦ୍ଧି ରେ ସରକାର ସଟ ଡାଉନ ଲକ ଡାଉନ ର ଫାଇଦା ନେଇ ସେହି ପାଠାଗାର କୁ ପୁଣି ଆରମ୍ଭ କରିଛନ୍ତି ସ୍ଥାନୀୟ ସରପଂଚ । ଅଦାଲତର କାଗଜ ଅବମାନନା କରି ଅଧା ବାଡ ତିଆରି ହୋଇଥିବା ବର୍ତ୍ତମାନ ପୁରା ବାଡ ଉଠାଇ ଛାତ ପଲସ୍ତର ପକାଇବା ପାଇଁ ଯୋଜନା କରିଛନ୍ତି । ସରପଂଚଙ୍କୁ ପଚାରି ବୁଝିବାରୁ ସେ ତହସିଲଦାର ଓ ଆରଆଇଙ୍କ ଚିହ୍ନଟ ପରେ କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି ।ସେପଟେ କାର୍ଯ୍ୟ ବନ୍ଦ ନକଲେ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହୋଇ ଅନଶନ ରେ ବସିବା ନିମନ୍ତେ ଗଣମାଧ୍ୟମ ପ୍ରତିନିଧିମାଙ୍କୁ ଅବଗତ କରାଇଛନ୍ତି ।